Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଉଇସଡ଼ମ ପାର୍କ ପରିସରରେ ଭାଟ ୨୦୨୪-୨୫ ଅନୁଷ୍ଠିତ।

କଳାହାଣ୍ଡି:୧୮/୦୩
ଭବାନୀପାଟଣା ସ୍ଥିତ ବିକାଶ ଉଇସଡ଼ମ ପାର୍କରେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀଙ୍କୁ ନେଇ ଭାଟ ( ବିକାଶ ଆପଟିଚ୍ୟୁଡ଼ ଟେଷ୍ଟ ) ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଓଡ଼ିଶାର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ନାଗେଶ୍ଵର ରାଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଭବାନୀପାଟଣାର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର, ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତୀ ଡି.ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଭାଟ ପରୀକ୍ଷାରେ କଳାହାଣ୍ଡି ସମେତ ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, ଆଦି ଜିଲ୍ଲାରୁ ପ୍ରାୟ ତିନିଶହରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଭାଗ ନେଇଥିଲେ । ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡି. ନାଗେଶ୍ଵର ରାଓ ବିକାଶର ଗୁଣାତ୍ମକ ଶିକ୍ଷା ମାନଦଣ୍ଡ ଉପରେ ବିଶଦ ଭାବେ ବ୍ୟାଖ୍ୟା କରି ଶିକ୍ଷାର ସମସ୍ତ ଅନୁକୂଳ ବ୍ୟବସ୍ଥା ପୂରଣ କରିବାକୁ ବଦ୍ଧପରିକର ବୋଲି ମତ ପ୍ରଦାନ କରିଥିଲେ। ନିର୍ଦ୍ଦେଶକ ଡି.ଶ୍ୟାମ ଶିକ୍ଷାର ଗୁଣାତ୍ମକ ମାନ ଓ ବିଦ୍ୟାର୍ଥୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ। ନିର୍ଦ୍ଦେଶକ ଡି.ରାମ କୁମାର ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତୀ ଡି.ବିଜୟା ବର୍ତ୍ତମାନର ଶିକ୍ଷା ପଦ୍ଧତି ଓ ତାର ଭିତ୍ତିଭୂମି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଦଶମ ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ଏନ. ଦିବ୍ୟରଶ୍ମି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ