Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ଅଞ୍ଚଳରେ ଦାଦନ ମୃତ୍ୟୁ, ଗୋଟିଏ ଦିନରେ ୨ ଦାଦନ ଶ୍ରମିକ ଙ୍କ ମୃତ୍ୟୁ।

କୋକସରା:୧୮/୦୩
ଧର୍ମଗଡ ଅଞ୍ଚଳ ରେ ଦିନ କୁ ଦିନ ଦାଦନ ଶ୍ରମିକ ଙ୍କ ସମସ୍ୟା ଉଦବେଗ ଦେଖାଦେଇଛି।ଦୈନଦିନ ଦାଦନ ଶ୍ରମିକଙ୍କ କରୁଣ ଚିତ୍ର ଅଞ୍ଚଳ ପାଇଁ ଚର୍ଚ୍ଚା ର ବିଷୟ ପାଲଟିଛି।ଅନ୍ୟପଟେ ଅଞ୍ଚଳ ପାଇଁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ହିଁ ଶ୍ରମ ବିଭାଗ ସ୍ଥାଣୁ ପାଲଟି ଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଲୋକ ମାନଙ୍କୁ ନିଜ ଗ୍ରାମ ରେ କାର୍ଯ୍ୟ ସଂସ୍ଥାନ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କାର୍ଯ୍ୟକାରି କରୁଛନ୍ତି । କିନ୍ତୁ ବାସ୍ତବ ରେ ବିଭାଗୀୟ ଅଧିକାରୀ ମାନଙ୍କ ଠିକାଦାର ପୋଷା ଓ ଲାଭଖୋର ମନ ବୃତ୍ତି ଯୋଗୁ ଲୋକେ କାମ ନ ପାଇ ନିଜ ପେଟ ପୋଷିବା ଲାଗି ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ଅନେକ ଦାଦନ ଠିକାଦାର ଙ୍କ ଜୁଲମ ର ଶୀକାର ସାଜିଛନ୍ତି ତ କିଏ ଦଲାଲ ଙ୍କ ନିର୍ଯ୍ୟାତନା ରେ ଦିନ କାଟିଛନ୍ତି।ଏପରିକି ଅନେକ ଦାଦନ ଙ୍କ ଅକାଳ ମୃତ୍ୟୁ ଅଥବା ଦୁର୍ଘଟଣା ଜନିତ ମୃତ୍ୟୁ ଖବର ଦୈନଦିନ ଅଞ୍ଚଳ ପାଇଁ ନିତିଦିନିଆ ଘଟଣା ହୋଇ ରହିଛି।ଶନିବାର ଦିନ ଅଞ୍ଚଳ ର ୨ଜଣ ଦାଦନ ଙ୍କ ମୃତ୍ୟୁ ହୋଇଥିବା ଖବର ପହଞ୍ଚିଛି।ଯାହା ଏବେ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଧର୍ମଗଡ ବ୍ଲକ ଖଇର ପଦର ର ଜଣେ ଯୁବକ ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ ହୋଇ ଥିବା ଖବର ମିଳିଛି ।
ଖଇର ପଦର ଗ୍ରାମ ର ପ୍ରଦ୍ୟୁମ୍ନ ସାହୁ ଓ ଦଶମୀ ସାହୁ ଙ୍କ ଏକ ମାତ୍ର ପୁତ୍ର ଜନ୍ମେଜୟ ସାହୁ ଡାକ ନାମ ପିଣ୍ଟୁ (୨୧) ଗତ ଜାନୁୟାରୀ ୧୭ ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟ ର ଚନ୍ଦ୍ରପୁରା ଅଞ୍ଚଳ ର ସାଇନା କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ । କାର୍ଯ୍ୟରତ ସମୟ ରେ ବିଦ୍ୟୁତ ଆଘାତ ରେ ଆସିଥିଲେ ଏବଂ ୧୫ ତାରିଖ ରେ ତାଙ୍କର ମୃତ୍ୟୁ ହୋଇ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ମୃତକ ଙ୍କ ପିତା ଜଣେ ଭିନ୍ନକ୍ଷମ ଅଟନ୍ତି ପରିବାର ର ଏକମାତ୍ର ପୁଅ କୁ ହରାଇ ବର୍ତ୍ତମାନ ଏହି ପରିବାର ବେସାହାରା ହୋଇ ପଡିଛନ୍ତି। ରବିବାର ଶବ ଗାଁ କୁ ପହଞ୍ଚିବ ବୋଲି ଜଣା ପଡିଛି।ସେହିଭଳି ବ୍ଲକ ର ଛନ୍ଚାଣବାହେଲି ପଞ୍ଚାୟତ ବେହେରା ଗୁଡା ର ଘନଶ୍ୟାମ ଜୁଏଡ଼( ୪୦)ଙ୍କ ୧୫ତାରିଖ ଦିନ ତେଲେଙ୍ଗାନା- ଖମାନରେ ମୃତ୍ୟୁ ହୋଇଥିବା ଜଣାପଡିଛି।ଗତ ୪ମାସ ତଳେ ନିଜ ସ୍ତ୍ରୀ ଦୁତିକା ପୋଡ଼ ଙ୍କ ସହ ପେଟ ପାଟଣା ପାଇଁ ସୁଦୂର ତେଲେଙ୍ଗାନା କୁ ଯାଇଥିଲେ।ତେଲେଙ୍ଗାନା ର ଖମାନ ନିକଟରେ ଏକ ଘରୋଇ ମାଲିକ ଙ୍କ ନିକଟରେ ଇଟା ଭାଟିରେ କାମ କରୁଥିଲେ।ହେଲେ ଶନିବାର ଦିନ ହଠାତ ଛାତିରେ ଯନ୍ତ୍ରଣା ହେବାପରେ ସାଙ୍ଗସାଥି ଡାକ୍ତରଖାନା କୁ ନେବା ବାଟରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଙ୍କ ସୂଚନା ରୁ ଜଣାପଡେ।ତେବେ ତାଙ୍କ ମୃତ୍ୟୁ ଶରୀର ଗାଁ କୁ ଆଣିବା ପାଇଁ ଠିକାଦାର ଙ୍କ ନିକଟରେ ସାଥି ଦାଦନ ମାନେ ଗୁହାରି କରିବା ପରେ ରବିବାର ଶବ ଗାଁ କୁ ଆସୁଥିବା କୁହାଯାଏ।୨ଦାଦନ ଶ୍ରମିକ ମୃତ୍ୟୁ ଖବର ଅଞ୍ଚଳ ରେ ଶୋକକୁଳ ଖେଳି ଯାଇଛି।ଉଭୟ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା କୁ ଅଞ୍ଚଳ ବାସୀ ଙ୍କ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ