Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୋଲି ରେ ଅଘଟଣ,ଗୁରୁତର ଅବସ୍ଥାରେ ଯୁବକ କୁ ପୋଖରୀ ଉଦ୍ଧାର,ମାଡ଼ ମାରି ଫିଙ୍ଗି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ।

କୋକସରା:୨୭/୦୩କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତ କାଦୋମାଳ ଗାଁ ରେ ମଙ୍ଗଳବାର ଅପରାହ୍ନ ସମୟରେ ଗାଁ ପୋଖରୀରୁ ଜଣେ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ସୂଚନା ମତେ ଗତକାଲି ହୋଲି ଥିଲା ବେଳେ କାଦୋମାଳ ଗ୍ରାମର ବରୁଣ ବାଗ ଙ୍କ ପୁଅ ପଦ୍ମଲୋଚନ ବାଗ ସାଙ୍ଗ ସାଥି ସହିତ ହୋଲି ଖେଳି ଅପରାହ୍ନ ସମୟରେ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ ହେଲେ ଦିର୍ଘ ସମୟ ଫେରି ନ ଥିବାରୁ ପରିବାର ଲୋକେ ଖୋଜା ଖୋଜି କଲା ପରେ ଗାଁ ପୋଖରୀ ଅମରି ବୁଦା ରେ ଗୁରୁତର ଅବସ୍ଥାରେ ପଡିରହିଥିବା ଦେଖି ଉଦ୍ଧାର ଗ୍ରାମବାସୀ କରିଥିଲେ। ଗୁରୁବାର ଯୁବକ ଙ୍କୁ ଉଦ୍ଧାର କରି ପ୍ରଥମେ ପର୍ଲା ଡାକ୍ତରଖାନା ଓ ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ଜଟିଳ ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣା କୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ପୁଅ କୁ ମାଡ଼ ମାରି ଫିଙ୍ଗିଦେଇଥିବା କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୋକସରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ