Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲାର ସ୍ବାର୍ଥ ପାଇ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢି ପାରନ୍ତି ମଧୁ ମହାନ୍ତି ।

କୋକସରା:୨୯/୦୪
ଆସିଚି ନିର୍ବାଚନୀ ଋତୁ , ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲଗିପଡ଼ିଥିବା ବେଳେ , ଜିଲ୍ଲାର ସ୍ବାର୍ଥକୁ ଭୁଲି ଯାଇଛନ୍ତି ଏହି କଥା କଥିତ ନେତା ଓ ରାଜନୈତିକ ଦଳ। ହେଲେ ବିଭିନ୍ନ ସମୟରେ ଜିଲ୍ଲାର ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ ଓ କୃଷି ଠାରୁ ଆରମ୍ଭ କରି ଜିଲ୍ଲାରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ , ଏହାକୁ ସତେ ଯେମିତି ନିଜସ୍ଵ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଭୁଲି ଯାଇଛନ୍ତି ଏଠାକାର ରାଜନେତା । ହେଲେ ଆଜି ମଧ୍ୟ ଜିଲ୍ଲା ଓ ଜିଲ୍ଲାବାସୀଙ୍କ ପାଇଁ କାମ କରିବା ଓ ଜିଲ୍ଲାର ସେବା କରିବା ଭଳି ବ୍ୟକ୍ତିତ୍ବ ଅଛନ୍ତି । ଯେଉଁମାନେ କି କୌଣସି ପଦ ପଦବୀର ଲାଳସାରେ ରାଜନୀତି ନୁହେଁ ବରଂ ଅଞ୍ଚଳର ବିକାଶ ଗରିବଙ୍କ ବିକାଶ ପାଇଁ ପରଦା ପଛରେ ରହି ଲୋକଙ୍କ ପାଇଁ କାମ କରି ଆସୁଛନ୍ତି। ସେମିତି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଡିଫାଇନ କଳାହାଣ୍ଡିର ଅଧକ୍ଷ ତଥା ସମାଜସେବୀ ମଧୁ ମହାନ୍ତି। ନିଜ ଛାତ୍ର ଜୀବନରୁ କେଏଲ୍ଏଫ୍ ସଂଗଠନ କରି ସେହି ସମୟରେ ଲୋକଙ୍କ ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେ଼ଇ ଆରମ୍ଭ କରିଥିଲେ। ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଯୁବକଙ୍କୁ ନେଇ ସେହି ସମୟରେ ଆରମ୍ଭ କରିଥିଲେ କେଏଲ୍ଏଫ୍ ସଂଗଠନ। ଉଦ୍ଦେଶ୍ୟ ଥିଲା ଜିଲ୍ଲାକୁ ଶୋଷଣ କାରୀଙ୍କ କବଳରୁ ଉଦ୍ଧାର କରି ଏକ ସୁସ୍ଥ ଓ ବିକଶୀତ ଜିଲ୍ଲା ଭାବରେ ଗଢି ତୋଳିବା । ହେଲେ ଅର୍ଥ ବାଧକ ସଜିବାରୁ ସେ କଳାହାଣ୍ଡିରୁ କିଛି ବର୍ଷ ପାଇଁ ଭୁବନେଶ୍ବର ଚାଲି ଯାଆନ୍ତି। ହେଲେ ଜିଲ୍ଲାବାସୀଙ୍କ ପାଇଁ ରାଜଧାନୀରେ ଥାଇ ମଧ୍ୟ କାମ କରି ଆସୁଥିବା ବେଳେ , ଠିକ୍ ୨୦୨୩ ମସିହାରେ ପୁଣି କଳାହାଣ୍ଡି ମାଟିକୁ ଫେରି ଆସନ୍ତି। ଅଞ୍ଚଳବାସୀଙ୍କୁ ନେଇ ଅନେକ ଆଲୋଚନା ହେବା ସହ ନିଜ ଲୋକଙ୍କୁ ନେଇ ସମାବେଶ ଆୟୋଜନ କରିଥିଲେ। ସମାବେଶର ଉଦ୍ଦେଶ୍ୟ ଥିଲା ଠିକ୍ ଲୋକଙ୍କୁ ଓ ବିକାଶବାଦି ବ୍ୟକ୍ତିତ୍ବକୁ ନିଜ ବହୁ ମୂଲ୍ୟ ଭୋଟ ଦେଇ ବିଜୟ କରାଇବା । ହେଲେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ , ଏହାକୁ ଦୃଷ୍ଟିରେ ରଖି ଆଜି ଡିଫାଇନ କଳାହାଣ୍ଡି ଅଧକ୍ଷ ମଧୁ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏବଂ ସେ ରାଜନୀତି ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ଜିଲ୍ଲାକୁ ଫେରିଥିବା ନେଇ ପ୍ରକଶ କରିଥିବା ବେଳେ , ସମର୍ଥକ ଓ ନିଜ ସଂଗଠନର କର୍ମକର୍ତ୍ତା ମାନଙ୍କ ମତରେ ହିଁ ଆଗାମୀ ଦିନର ରଣ ନୀତି ପ୍ରସ୍ତୁତ କରିବେ ବୋଲି ପ୍ରକାଶ କରିଥିବା ବେଳେ , ସେ ସ୍ଵାଧୀନ ପ୍ରାର୍ଥୀ ହେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ସଂଗଠନର କର୍ମକର୍ତ୍ତାଙ୍କ ଯାହା ନିର୍ଦ୍ଦେଶ ଆସିବା ଓ ଜିଲ୍ଲାର ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି କର୍ମକର୍ତ୍ତା କହିବେ ତେବେ ସ୍ଵାଧୀନ ପ୍ରାର୍ଥୀ ଭାବରେ ଲୋକ ସଭାରେ ଲଢେ଼ଇ କରିବେ ବୋଲି ପ୍ରକାଶ କରିଛନ୍ତି ମଧୁ ମହାନ୍ତି। ସେପଟେ ଏହି ସନ୍ଦେହକୁ ନେଇ ଏବେ ସରଗରମ ଜିଲ୍ଲା ରାଜନୀତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ