Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବତୀ ର ବେକରେ ଓଢଣୀ ଦେଇ ଆତ୍ମହତ୍ୟା, ପୋଲିସ ର ତଦନ୍ତ ଜାରି।

କୋକସରା:୩୦/୦୩
କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କୁଟରୁ ଗ୍ରାମ ର ଜଣେ ଯୁବତୀ ଙ୍କ ଝୁଲନ୍ତା ଶବ ନିକଟସ୍ଥ ସାହାଜଖୋଲ ଜଙ୍ଗଲ ର ଗିରଳିମାଲ ନିକଟରେ ଥିବା ଚାଷଜମି ରେ ଥିବା କୁସୁମ ଗଛ ରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ଯୁବତୀ ଜଣକ ହେଉଛନ୍ତି କୁଟୁରୁ ଗ୍ରାମର ସୁବର୍ଣ୍ଣି ଦୁର୍ଗା(୧୮) ସେ ଗତ ଏକ ମାସ ତଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ଗ୍ରାମ ର ଜଣେ ଯୁବକ ଦଳା ଚନ୍ଦ୍ର ହରିଜନ ଙ୍କୁ ପ୍ରେମ କରି ଚାଲି ଯାଇଥିଲେ। ତେବେ ଗତ କିଛିଦିନ ତଳେ ଯୁବକ କୁଟୁରୁ ଗାଁ କୁ ଆଣି ଯୁବତୀ ଙ୍କୁ ତାଙ୍କ ମା ଘରେ ଛାଡ଼ି ଯାଇଥିଲେ। ତେବେ ଶୁକ୍ରବାର ସକାଳେ ଯୁବତୀ ମହୁଲ ଗୋଟାଇବାକୁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବା ବେଳେ ଆଉ ଘର କୁ ଫେରି ନଥିଲେ। ଗାଈ ଚରାଇବାକୁ ଯାଇଥିବା କିଛିଲୋକ ଯୁବତୀ ଙ୍କ ଝୁଲନ୍ତା ଶବ ଦେଖି ପରିବାର କୁ ଜଣାଇଥିଲେ। ପରିବାର ଏନେଇ ଆମପାଣି ପୋଲିସ କୁ ଖବର ଦେବାପରେ ଶନିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଆଣି ଶବ ପଞ୍ଚନାମା କରି ପରିବାର କୁ ହସ୍ତାନ୍ତର କରିଛନ୍ତି ଓ ଏନେଇ ଏକ ଅପମୃତୁ ମାମଲା ଆମପାଣି ଥାନା କେଶ ନମ୍ବର ୨/୨୪ ରୁଜୁ କରି ତଦନ୍ତ ଜାରି ରହିଥିବା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣା ପଡିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ପ୍ରେମରାଜ କହର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ