Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁହାର୍ ପାଉଣ୍ତେସନ୍,ମୁମ୍ବାଇ ପକ୍ଷରୁ ଖଡ଼ିଆଳ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।

କଳାହାଣ୍ଡି:୩୧/୦୩
ଜୁହାର୍ ପାଉଣ୍ତେସନ୍,ମୁମ୍ବାଇ ଏବଂ ତ୍ରିଲୋଚନ ନେତ୍ରାଳୟ,ସମ୍ବଲପୁର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ସମାଜ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ଶମ୍ଭୁକିଶୋର ଦଣ୍ଡସେନା,ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ୍ ଆୟକର କମିସନର ଶ୍ରୀକାନ୍ତ ଚଟର୍ଜୀ ଏବଂ ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପରାମର୍ଶ ଦାତା ଦ୍ଵୟ ଜ୍ଞାନ ପ୍ରକାଶ ସିଂ ଓ ପ୍ରମୋଦ କୁମାର ଦଣ୍ଡସେନା ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ ଡାକ୍ତର ପ୍ରକାଶ କୁମାର ଏବଂ ତାଙ୍କର ସହକର୍ମୀ ମାନଙ୍କ ଦ୍ବାରା କଂପୁଟର ମାଧ୍ୟମରେ ପ୍ରାୟ ୩୦୦ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ପାଖାପାଖି ୫୦ଜଣ ବ୍ଯକ୍ତିଙ୍କୁ ଅସ୍ତ୍ରୋପଚାର ଦରକାର ପଡିବା କାରଣରୁ ସେମାନଙ୍କୁ ଭବାନିପାଟଣା ସ୍ଥିତ ଶ୍ରୀଜଗନ୍ନାଥ ନେତ୍ରାଳୟକୁ ପଠା ଯାଇଥିଲା । ଏହି ଶିବିରକୁ ସଫଳ କରିବା ପାଇଁ ସ୍ବେଚ୍ଛାସେବୀ ଗୌରବ ସିଂ ବାରିକ,ସୌମ୍ୟରଂଜନ ସିଂ,ରଶ୍ମିରଂଜନ ଚଲାନ, ସମ୍ପଦ ପାଢ଼ୀ,ରୋଶନ ପଣ୍ଡା,ରାଜେଶ ବନଛୋର,ରୋହିତ ବାରିକ,ବିକ୍ରମ ପାତ୍ର,ଅଭିଜିତ ଦଲପତି ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ