Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଣ୍ଡପାଟ ଯୁବ ସେବା ସଂଗଠନର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ।

କୋକସରା:୦୨/୦୪
ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଦଣ୍ଡପାଟ ଯୁବ ସେବା ସଂଗଠନର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ସଂଗଠନର ସଭାପତି ରଜତ ବଂଶଲ ସଭାପତିତ୍ୱ କରିଥିବା ବେଳେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ ତ୍ରିପାଠୀ ମୁଖ୍ଯ ଅତିଥି, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ସଂପାଦକ ଅବିନାଶ ମୁଣ୍ଡ ମୁଖ୍ଯ ବକ୍ତା, ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ୍ ସଭାନେତ୍ରୀ ସୁଚିତ୍ରା ଗୋପାଳ ଓ ମହାବିଦ୍ୟାଳୟର ଅଧ୍ଯକ୍ଷ ସୁରେନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥିମାନେ ସଂଗଠନର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଏହା ଦଣ୍ଡପାଟ ଅଂଚଳର ବିକାଶ କ୍ଷେତ୍ରରେ ଆଲୋକ ବର୍ତ୍ତିକା ସାଜିଛି ବୋଲି ମତପ୍ରକାଶ କରିଥିଲେ। ସଂଗଠନର ଉପ ସଭାପତି ତ୍ରିଲୋକନାଥ ସିଂ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଭୁଜବଳ ନାଏକ ସଂପାଦକୀୟ ବିବରଣୀ ପଠନ କରିଥିଲେ। ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଦିଆଯାଉଥିବା ସିଲେଇ ତାଲିମର ତୃତୀୟ ପର୍ଯ୍ଯାୟର ୪୦ ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା। ଏହି ଅବସରରେ ବିଗତ ଦୁଇ ବର୍ଷ ଧରି ୧୨୦ ଜଣ ଛାତ୍ରୀମାନଙ୍କୁ ସିଲେଇ ତାଲିମ ଦେଉଥିବା ପ୍ରଶିକ୍ଷିକା ସାବିତ୍ରୀ ନାଏକ ଓ ଚାନ୍ଦିନୀ ଭୋଇଙ୍କୁ ସଂଗଠନ ପକ୍ଷରୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସଦସ୍ଯ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ଈଶ୍ବର ବାଣୁଆ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସହ ସଂପାଦକ ସୁଶୀଲ ଚନ୍ଦ୍ର ନାଗ, କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ରଙ୍ଗାଧର ନାଗ, ଭୀଷ୍ମ ବାଣୁଆ, ଉଗ୍ରସେନ ନାଏକ, ଲଳିତ ବାଣୁଆ, ଭବାନୀଶଙ୍କର ବାରିକ, ପ୍ରକାଶ ସାହୁ, ହେମାଲ ବିଶି, ରୂପେଶ ନାଏକ, ଚନ୍ଦ୍ରକାନ୍ତ ରଣା, ରିଙ୍କୁ ବିଶି, କାହ୍ନା ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ