Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଯୋଗଦାନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ପଞ୍ଚାୟତ ରେ ବୁଧବାର ନୂତନ ଭାବେ ନିଯୁକ୍ତି ପାଇଥିବା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିବା ଜଣାପଡିଛି।ଏହି ଅବସରରେ ବ୍ଳକ ର ରିଂଜା ଗ୍ରାମ୍ୟ ପଞ୍ଚାୟତ ରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀତୁ ଜାନୀ କାର୍ଯ୍ୟ ରେ ଯୋଗ ଦେଇଥିବା ବେଳେ ସରପଞ୍ଚ ପଞ୍ଚାନନ ବାଗ ,ଏକଉଟାଣ୍ଟ କମ ଡିଇଓ ଶିଵ କୁମାର ଭୋଇ ସ୍ୱାଗତ ଜଣେଇ ପଞ୍ଚାୟତ ରେ ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ପରସ୍ପର ପ୍ରତି ସହଯୋଗ କରିବାକୁ ଆଲୋଚନା କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଠିକ ସେହିପରି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ରଣା ସ. ମାଲପଡା ପଞ୍ଚାୟତ ଓ ଚନ୍ଦ୍ର କାନ୍ତ ଭୋଇ ରେଗଡା ପଞ୍ଚାୟତ ରେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି।ଅନ୍ୟ ପଟେ ଏହି ବ୍ଲକ ର ପୁରୁଣା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଅନ୍ୟ ଅନ୍ୟ ପଞ୍ଚାୟତ ରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।ବ୍ଲକ ର ପତ୍ର ସଂଖ୍ୟା ୧୫୫୯,୨/୪/୨୦୨୪ ଅନୁସାରେ ପରମାନନ୍ଦ ମାଝୀ ଙ୍କୁ ବୋରପଦର ,ଦେବରାଜ ରଣା ଙ୍କୁ ପୌରକେଲା ଓ ରିଷିଡା,ବସନ୍ତ ମିଶ୍ର ଙ୍କୁ ଜୋରଡ଼ବରା ,ରମେଶ ମହଲା ଙ୍କୁ ସାପଲହରା,ସୁବାଷ ସାହୁ ଙ୍କୁ ଗଜବାହାଲ ଓ ତେରେସିଙ୍ଗା, ଟିକେରାମ ଛତ୍ରୀଆ ଙ୍କୁ ରାଜପୁର ଓ କର୍ଲାମୁଣ୍ଡା ପଞ୍ଚାୟତ ରେ ଯୋଗ ଦେବାକୁ ନିର୍ଦ୍ଦେଶ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ