କାଜୁ ଜଙ୍ଗଲ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି।

କୋକସରା:୨୫/୦୪
କାଜୁଜଙ୍ଗଲ ମଧ୍ୟରେ ଅଜଣା ଯୁବକ ର ଗଳିତ ଶବ ଉଦ୍ଧାର, କୋକସରା ପୋଲିସ ର ତଦନ୍ତ ଜାରି, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲ ମଧ୍ୟରେ ଆଜି ଏକ ଯୁବକ ଙ୍କ ଗଳିତ ଶବ କାଜୁ ଗଛ ରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି କାଜୁ ସଂଗ୍ରହ କରୁଥିବା କିଛି ଶ୍ରମିକ ଦେଖି ସ୍ଥାନୀୟ ଲୋକଙ୍କୁ କହିବା ପରେ କୋକସରା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଗଳିତ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଆଣିଥିବା ବେଳେ ଗଳିତ ଶବ ର ପରିଚୟ ମିଳିନାହିଁ, ଏନେଇ କୋକସରା ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜଣାପଡିଛି।