Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପୂର୍ବରୁ ଧର୍ମଗଡ ରେ ଦଲୀୟ ପ୍ରାର୍ଥୀ ଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ ଦଳ।

କଳାହାଣ୍ଡି:୦୬/୦୪
କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ପୂର୍ବରୁ ଦଲୀୟ ପ୍ରାର୍ଥୀ ଙ୍କୁ ନେଇ କଂଗ୍ରେସ ର ବରିଷ୍ଠ ନେତା ମାନେ ଧର୍ମଗଡ ଠାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରେନ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ର ସାଂସଦ ପ୍ରାର୍ଥୀ,ବିଧାୟକ ପ୍ରାର୍ଥୀ ଓ ଦଲୀୟ ନେତୃବୃନ୍ଦ କର୍ମି ମାନେ ନାରାବାଜି କରି ସହର ପରିକ୍ରମା କରି ସ୍ଥାନୀୟ ରୋୟଲ ପେଲେସ ରେ ପହଞ୍ଚି ଧର୍ମଗଡ ବ୍ଲକ ସଭାପତି ପ୍ରେମଲାଲ ସାଗର ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ମୁଖ୍ୟ ବକ୍ତା ପ୍ରଭାରୀ ଦ୍ଵାରିକା ନାଥ ମହାପାତ୍ର, ସାଂସଦ ପ୍ରାର୍ଥନି ଦ୍ରୋପଦି ମାଝୀ, ଧର୍ମଗଡ ବିଧାୟିକା ପ୍ରାର୍ଥନି ରଶ୍ମିରେଖା ରାଉତ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ ତୁଲେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ସରକାର ଙ୍କ ୯ ଗୋଟି ଗ୍ୟାରେଣ୍ଟି ପ୍ରତିଶ୍ରୁତି କୁ ନେଇ ନିର୍ବାଚନ ମଇଦାନରେ ଲଢ଼ିବା ସହ ଲୋକଙ୍କ ନିକଟରୁ କଂଗ୍ରେସ ଘୋଷଣା କରିଥିବା ପ୍ରତିଶ୍ରୁତି କୁ ପହଞ୍ଚାଇବା କୁ ଶପଥ ନେଇଥିଲେ। କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, କୋକସରା ବ୍ଲକ ସଭାପତି ଲିଙ୍ଗରାଜ ବେହେରା, ଯୁବନେତା ବେଣୁ ପାଣି ଦୁର୍ଗା,ଜିତେନ୍ଦ୍ର ଦଳାଇ, ସୁଲୋଚନା ବିଶି ସମେତ ଶତାଧିକ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ