Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦେଶୀ ମଦ ଚାଲାଣ ବେଳେ ଧରିଲା ପୁଲିସ, ଜଣେ ଅଟକ, ପୋଲିସ ର ତଦନ୍ତ ଜାରି।

କୋକସରା:୦୮/୦୪
ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇ ପଡିଛନ୍ତି ମଦ ମାଫିଆ, ଠିପି ବନ୍ଦ ମଦ ଦୋକାନ ରୁ ବେନିୟମ ଭାବେ ବିଭିନ୍ନ ଅଞ୍ଚଳ କୁ ଚାଲାଣ ହେଉଛି ବିଦେଶୀ ମଦ, ଅବକାରୀ ବିଭାଗ ର କର୍ମଚାରୀ ମାନେ ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି। କାରଣ ହେଉଛି ବିଦେଶୀ ମଦ ଦୋକାନ ମାଲିକ ମାନେ ଅବକାରୀ ବିଭାଗ କର୍ମଚାରୀ ଙ୍କ ସହ ସଲାସୁତୁରା ରଖି ପରୋକ୍ଷ ରେ ମଦ ଚାଲାଣ କୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ ହେଉଛି। କୌଣସି ସୂତ୍ରରୁ ଖବର ପାଇ କୋକସରା ଥାନା ପୁଲିସ ପକ୍ଷରୁ ରବିବାର ବିଳମ୍ବିତ ରାତିରେ କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଗ୍ରାମ ନିକଟରେ କଲମପୁର ଥାନା ମଣ୍ଡଳ ଠିପି ବନ୍ଦ ମଦ ଦୋକାନ ରୁ ବେଆଇନ ଭାବେ କୋକସରା ବ୍ଲକ ର ଲଡୁଗାଁ ଅଞ୍ଚଳ କୁ ଚାଲାଣ ହେଉଥିବା ବିଦେଶୀ ମଦ କୁ ଜବତ କରାଯାଇଛି ଓ ଜଣେ ବିଦେଶୀ ମଦ ଦୋକାନ ର କର୍ମଚାରୀ ଙ୍କୁ ଅଟକ ରଖାଯାଇଛି। ବାଇକ ନମ୍ବର OD 08 U 9981 ରେ ୩୬.୦୮ଲିଟର ଲିଟର ବିଦେଶୀ ମଦ ଜବତ ହୋଇଥିବା ନେଇ କୋକସରା ଥାନା ପକ୍ଷରୁ ସୂଚନା ମିଳିଥିବା ବେଳେ ମଦ ଚାଲାଣ ରେ ଜଣେ ବିଦେଶୀ ମଦ ଦୋକାନ ଜିତେନ୍ଦ୍ର ପ୍ରସାଦ(୩୯) କର୍ମଚାରୀ ଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ଏନେଇ କୋକସରା ଥାନା କେଶ ନମ୍ବର ୮୬/୨୪ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ ଥାନା ଆଇଆଇସି ରନିତା ପ୍ରଧାନ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories