Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ।

କୋକସରା:୦୯/୦୪
ଧର୍ମଗଡ ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆମପାଣି ଫରେଷ୍ଟ ସେକ୍ସନ ଅଧୀନ ରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରେ ବେଆଇନ ଭାବେ ପୋଡ଼ୁ ଚାଷ ପାଇଁ ଜଙ୍ଗଲ ରେ ନିଆଁ ଲଗାଉ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ବଡ଼ ବାରଲୀ ଅଞ୍ଚଳ ର ମିନୁ ଯାନୀ ଙ୍କ ପୁଅ ରାମ ଯାନୀ (୪୦) କୁ ଘଟଣାସ୍ଥଳ ରୁ ଗିରଫ କରି କୋକସରା ଜେ ଏମ ଏଫ ସି କୋର୍ଟ ରେ ହାଜର କରିବା ପରେ କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି। ମହିଳା ଫରେଷ୍ଟର ମନୀଷା ପଟ୍ଟନାୟକ ଆମପାଣି ଫରେଷ୍ଟ ଅଧିକାରୀ ଭାବେ ଯୋଗ ଦେବା ପରେ ଜଙ୍ଗଲ ର ସୁରକ୍ଷା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି।।ପୂର୍ବରୁ ମଧ୍ୟ ବେଆଇନ ଭାବେ ଜଙ୍ଗଲ କାଟିବା ଅଭିଯୋଗ ରେ ଅନେକ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥବା ନଜିର ରହିଛି।ଜଣେ ମହିଳା ଫରେଷ୍ଟର ହୋଇ ମଧ୍ୟ ତାଙ୍କ ଜଙ୍ଗଲ ପ୍ରତି ସୁରକ୍ଷା କୁ ନେଇ ସାଧାରଣ ରେ ପ୍ରସଂଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ