Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ, ସିଜେଆଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଲେ ୨୧ ରିଟାୟର୍ଡ ଜଜ

ନୂଆଦିଲ୍ଲୀ: କିଛି ତତ୍ୱ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ୨୧ ଅବସରପ୍ରାପ୍ତ ବିଚାରପତି ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଛନ୍ତି । କିଛି ଗୋଷ୍ଠୀ ଚାପ ପକାଇ, ଭୁଲ ସୂଚନା ପ୍ରଚାର କରି ଏବଂ ସାର୍ବଜନୀନ ଅପମାନ କରି ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଚିଠିରେ ଉଲ୍ଲେଖ ରହିଛି ।

ଅବସରପ୍ରାପ୍ତ ବିଚାରପତିମାନେ କହିଛନ୍ତି, ସଂକୀର୍ଣ୍ଣ ରାଜନୈତିକ ହିତ ଏବଂ ବ୍ୟକ୍ତିଗତ ଲାଭରୁ ପ୍ରେରିତ ଗୋଷ୍ଠୀ ନ୍ୟାୟପାଳିକାକୁ ଦୁର୍ବଳ କରିବାରେ ଅପଚେଷ୍ଟା ଚଳାଇଛନ୍ତି । ଏହି ଚିଠି ଦୁର୍ନୀତି ମାମଲାରେ କିଛି ବିରୋଧୀ ନେତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ କ୍ଷମତାସୀନ ବିଜେପି ଓ ବିରୋଧୀ ଦଳରେ ବାକଯୁଦ୍ଧ ମଧ୍ୟରେ ଲେଖା ହୋଇଛି । ବିଶେଷ କରି ଭୁଲ୍ ସୂଚନା ଦିଆଯାଇ ନ୍ୟାପାଳିକା ପ୍ରତି ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବା ପାଇଁ ଚେଷ୍ଟା ଚାଲିଛି ।

ଚିଠିରେ ଏହା ମଧ୍ୟ ଲେଖା ହୋଇଛି ଯେ, କୋର୍ଟଙ୍କ ଏମିତି ରାୟକୁ ଯାହା କୌଣସି ବିଚାର ସହ ମେଳ ଖାଉଛି ତାକୁ ଖୁବ୍ ପ୍ରଶଂସା କରାଯାଉଛି । ମାତ୍ର ଯେଉଁ ନିର୍ଣ୍ଣୟ ସେମାନଙ୍କ ବିଚାରଧାରା ବିରୋଧରେ ରହିଛି, ତାକୁ ନେଇ ନ୍ୟାୟାଳୟକୁ ଖୁବ୍ ସମାଲୋଚନା କରାଯାଉଛି । ଏମିତି କାମ ନ୍ୟାୟିକ ସମୀକ୍ଷା ଓ ଆଇନ ଶୃଙ୍ଖଳାକୁ ଦୁର୍ବଳ କରିଥାଏ ।

ସିଜେଆଇଙ୍କୁ ଯେଉଁ ଅବସରପ୍ରାପ୍ତ ଜଜ ଚିଠି ଲେଖିଛନ୍ତି ସେଥିରେ ପ୍ରମୋଦ କୋହଲି, ଏସଏସ ସୋନି, ଅମ୍ବାଦାସ ଯୋଶୀ, ଏସ ଏନ ଧୀଙ୍ଗରା, ଆରକେ ଗୌବା, ଜ୍ଞାନପ୍ରକାଶ ମିତଲ, ଅଜିତ ଭରିହୋକେ, ରଘୁବେନ୍ଦ୍ର ସିଂ ରାଠୋର, ରମେଶ କୁମାର ମେରଠିଆ, କରମ ଚାନ୍ଦ ପୁରୀ, ରାକେଶ ସକ୍ସେନା ଓ ନରେନ୍ଦ୍ର କୁମାର ଆଦି ସାମିଲ । ଏହି ତାଲିକାରେ ହାଇକୋର୍ଟର ପୂର୍ବତନ ଜଜ ରାଜେଶ କୁମାର, ଏସଏନ ଶ୍ରୀବାସ୍ତବ, ପିଏନ ରବୀନ୍ଦ୍ରନ, ଲୋକପାଳ ସିଂ ଓ ରାଜୀବ ଲୋଚନ ରହିଛନ୍ତି ।