Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା,କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ

ବିଜେଡି ବୁଧବାର ଦିନ ବିଧାନସଭା ପାଇଁ ତା’ର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ। ଅନ୍ୟପକ୍ଷରେ ସମ୍ବଲପୁର ଓ ରେଢାଖୋଲର ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ। ସମ୍ବଲପୁରରୁ ରୋହିତ ପୁଜାରୀ ଲଢିବେ ଓ ରେଢାଖୋଲରୁ ନିର୍ବାଚନ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ ।
ବୁଧବାର ଦିନ ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ
ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ
କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ
ପଦ୍ମପୁରରୁ ବର୍ଷା ସିଂ ବରିହା
କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ
ଦେବଗଡରୁ ଅରୁନ୍ଧତୀ କୁମାରୀ ଦେବୀ
ଅନୁଗୁଳରୁ ସଞ୍ଜୁକ୍ତା ସିଂ
ନିମାପଡାରୁ ଦିଲ୍ଲୀପ କୁମାର ନାୟକ
ସାନଖେମୁଣ୍ଡିରୁ ସୁଶ୍ରୀ ସୁଲକ୍ଷ୍ନା ଗୀତାଞ୍ଜଳୀ ଦେବୀ
ଜୟପୁର ଡକ୍ଟର ଇନ୍ଦିରା ନନ୍ଦ