Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ବିଧାୟକ ପ୍ରାର୍ଥୀ ଙ୍କ କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ ଅଭିଯାନ।

କୋକସରା:୧୮/୦୪
ପ୍ରାର୍ଥୀ ଙ୍କ ନା ଘୋଷଣା ହେବାପରେ ନିର୍ବାଚନ ମଣ୍ଡଳୀ ରେ ନିଜ ସମର୍ଥକ ଙ୍କ ସହ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ ହୋଇଛି।ନିର୍ବାଚନ ଯେତେ ପାଖେଇ ଆସୁଛି,ପ୍ରବଳ ଖରା କୁ ଖାତିର ନକରି ଟାଣ ଖରାରେ ଗାଁ ଗାଁ ରେ ଜମୁଛି ପ୍ରାର୍ଥୀ ଙ୍କ ପ୍ରଚାର। ନାମାଙ୍କନ ଦାଖଲ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଲୀୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଜନ ସମର୍ଥନ ଦେବାକୁ ଜନତା ଙ୍କୁ ଅନୁରୋଧ କରୁଛନ୍ତି ପ୍ରାର୍ଥୀ। ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର ଆମପାଣି,ଲଡୁଗାଁ,ବରାଡ଼ଙ୍ଗା, ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ପହଞ୍ଚି ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ଓ ଦଲୀୟ ସମର୍ଥକ କର୍ମକର୍ତ୍ତା।ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ ଙ୍କୁ ବିଭିନ୍ନ ଗ୍ରାମ ରେ ମହିଳା ମାନେ ବନ୍ଧାପଣା କରି ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ପାଛୋଟି ନେଇଥିଲେ। ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ କେନ୍ଦ୍ର ମୋଦି ସରକାର ଙ୍କ ରହିଥିବା ଲୋକାଭିମୁଖୀ ଯୋଜନା କୁନେଇ ବିଭିନ୍ନ ସ୍ଥାନରେ ସଭାସମିତି କରି ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀନି ମାଲବିକା କେଶରୀ ଦେଓ ଓ ତାଙ୍କୁ ଯୋଡ଼ା ପଦ୍ମ ଚିଂହ୍ନ ରେ ଭୋଟ ଦେଇ ଆଶ୍ରିବାଦ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ତେବେ ଅନେକ ସ୍ଥାନରେ ସାଧାରଣ ଲୋକେ ନିଜ ଅଞ୍ଚଳ ରେ ରହିଥିବା ପାନୀୟଜଳ, ରାସ୍ତା, ଆଵାସ ଯୋଜନା,ଚାଷି ସମସ୍ୟା,ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ରେ ଅନିୟମିତତା ହେଉଥିବା ଅଭିଯୋଗ କରୁଥିବା ବେଳେ ପ୍ରଚାର ରେ ଆସିଥିବା ବିଧାୟକ ପ୍ରାର୍ଥୀ ଜନତା ଙ୍କ ଅଭିଯୋଗ ନିର୍ବାଚନ ରେ ଦଲୀୟ ସରକାର ଆସିଲେ ନିଶ୍ଚୟ ସମାଧାନ କରିବୁ ବୋଳି ପ୍ରତିଶୃତି ଦେଉଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ଙ୍କ ସହ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, କୋକସରା ମଣ୍ଡଲ ପ୍ରଭାରୀ ଗରୁଡ଼ଧ୍ଵଜ ମାଝୀ,ମଣ୍ଡଳ ସଭାପତି କୋକସରା ଦୁର୍ଗା ପ୍ରଧାନୀ,ମଣ୍ଡଳ ସମ୍ପାଦକ କୋକସରା ତ୍ରିନାଥ ଶବର,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ଉପ ସଭାପତି କୃଷ୍ଣ ନାଏକ, ଗୋପାଳ ଅଗ୍ରୱାଲ, ଆମପାଣି ମଣ୍ଡଳ ସମ୍ପାଦକ ସନ୍ତୋଷ ମାଝୀ,ଲିଙ୍ଗରାଜ ରାଠୋଡ଼,ସୁଶିଳ ପାଢ଼ୀ,ଆମପାଣି ବିଜେପି ସଭାନେତ୍ରୀ ଧରିତ୍ରୀ ବାଗ ସମେତ ଦଲୀୟ କର୍ମକର୍ତ୍ତା ମାନେ ବିଧାୟକ ପ୍ରାର୍ଥୀ ଶ୍ରୀ ପାଟ୍ଟଯୋଶୀ ଉପସ୍ଥିତ ରହି ଜନ ସମ୍ପର୍କ ଯାତ୍ରା ରେ ସାମିଲ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ