Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଟର ସଚେତନତା ନେଇ ବାଇକ ରେଲି ଅନୁଷ୍ଠିତ।

କୋକସରା:୨୦/୦୪
ଆଗକୁ ସାଧାରଣ ନିର୍ବାଚନ ମଇ ୧୩ ରେ କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ସୃଷ୍ଟି ଅଭିଯାନ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଏହି କ୍ରମରେ ଆଜି କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏକ ବାଇକ ରେଲି ଆୟୋଜନ କରି ଭୋଟର ଙ୍କୁ ସଚେତନତା ସୃଷ୍ଟି କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା,କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ତହସିଲଦାର ନବୀନ କୁମାର ପାଢୀ, କୋକସରା ନଥାନା ଅଧିକାରୀ ରନିତା ପ୍ରଧାନ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା,ଜିପିଡ଼ିଓ ପାତ୍ର ଓ ବ୍ଲକ କର୍ମଚାରୀ, ଶିକ୍ଷକ ମାନେ ବାଇକ ରେଲି ରେ କୋକସରା ସହର ପରିକ୍ରମା କରି ଭୋଟର ସଚେତନତା କରିଛନ୍ତି। ଭୋଟ ହେଉଛି ନାଗରିକ ହେବାର ମୌଳିକ ଅଧିକାର, ନିଜର ଅଧିକାର କୁ ସମସ୍ତେ ସାବ୍ୟସ୍ତ କରି ନିଜର ମତଦାନ କରିବା ଜଣେ ନାଗରିକ ର ପ୍ରଥମ କର୍ତ୍ତବ୍ୟ ଓ ଦାୟିତ୍ୱ ବୋଳି ସଚେତନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ