Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ପ୍ରାର୍ଥନି ରଶ୍ମିରେଖା ଙ୍କ କୋକସରା ବ୍ଲକ ରେ ଭୋଟ ପ୍ରଚାର।

କଳାହାଣ୍ଡି:୨୦/୦୪
ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳ ଜଣେ ସ୍ଥାନୀୟ ଓବିସି ବର୍ଗର ମହିଳା ଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଥିବା ବେଳେ ଶନିବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର କୋକସରା ଓ ଗମ୍ଭାରୀଗୁଡା ପଞ୍ଚାୟତ ରେ କଂଗ୍ରେସ ଦଳ ରୁ ଟିକେଟ ପାଇଥିବା ମହିଳା ପ୍ରାର୍ଥନି ରଶ୍ମିରେଖା ରାଉତ ବିଭିନ୍ନ ଗ୍ରାମ ରେ ଦଲୀୟ ସମର୍ଥକ ଙ୍କ ସହ ଭୋଟ ପ୍ରଚାର ଆରମ୍ଭ କରିଛନ୍ତି। କୋକସରା କଂଗ୍ରେସ ରାଜୀବ ଭବନ ଠାରେ ଦଲୀୟ କର୍ମକର୍ତ୍ତା ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାପରେ ଚିଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମା ସର୍ଵ ମଙ୍ଗଳା ମନ୍ଦିର ଦର୍ଶନ କରି ଚିଲିଗୁଡା, ଗଡ୍ରାମାଲ, ନୂଆପଡା ଓ ଗମ୍ଭାରୀଗୁଡା ପଞ୍ଚାୟତ ର ଗମ୍ଭାରୀଗୁଡା, ଓଲମା,ଚିକିଲି ଗ୍ରାମ ରେ ରଶ୍ମିରେଖା ପହଞ୍ଚି ଜନ ସାଧାରଣ ଙ୍କୁ ଭେଟି କଂଗ୍ରେସ ସରକାର ଦେଇଥିବା ୯ ଗ୍ୟାରେଣ୍ଟି ଯୋଜନା ର ପ୍ରତିଶ୍ରୁତି ଦେଇ ଭୋଟ ପ୍ରଚାର ଓ ଆଶ୍ରିବାଦ କରିବାକୁ ଅନୁରୋଧ କରିଛନ୍ତି। ପ୍ରଚାର ରେ କଂଗ୍ରେସ ଦଳ ବ୍ଲକ ସଭାପତି ଲିଙ୍ଗରାଜ ବେହେରା, ତ୍ରିଭୁବନ ନାଏକ, ନବୀନ ନାଏକ, ଅରୁଣ ମାଝୀ,ହରିଶ୍ଚନ୍ଦ୍ର ନାଏକ, ମହେନ୍ଦ୍ର ଧରୁଆ,ନାରାୟଣ ଶର୍ମା,ମହେନ୍ଦ୍ର ଗୋପାଳ, କମଳ ଲୋଚନ ନାଏକ,ମହିଳା ନେତ୍ରୀ ମାଧୁରୀ ନିଆଲ ପ୍ରମୁଖ ସାମିଲ ରହି କଂଗ୍ରେସ ବିଧାୟିକା ପ୍ରାର୍ଥୀ ଙ୍କୁ ଭୋଟ ଦେବାକୁ ଜନ ସାଧାରଣ ଙ୍କୁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ