Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀରାମ ନବମୀ ମହୋତ୍ସବ,ଦର୍ଶନ କଲେ ବିଜେପି ସାଂସଦ ପ୍ରାର୍ଥୀ ମାଲବିକା କେଶରୀ ଦେଓ।

କୋକସରା:୨୦/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଦୋକାରିଚଞ୍ଚରା ର ପ୍ରାକୃତିକ ସୌନ୍ଦର୍ଯ୍ୟ ମଣ୍ଡିତ କରୁଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ରାମ ନବମୀ ମହୋତ୍ସବ ଗତ ୧୬ ତାରିଖ ଠାରୁ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଛି । ଶୁକ୍ରବାର କଳାହାଣ୍ଡି ରାଜ ପରିବାର ର ମହାରାଣୀ ତଥା ବିଜେପି ରୁ ସାଂସଦ ପ୍ରାର୍ଥୀନି ମାଲବିକା କେଶରୀ ଦେଓ ମଧୁ ମାଧବ ତୀର୍ଥକ୍ଷେତ୍ର ରେ ପହଞ୍ଚି ପ୍ରଭୁ ଶ୍ରୀରାମ ଙ୍କ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଛନ୍ତି। ମାଲବିକା କେଶରୀ ଦେଓ ଙ୍କ ସହ ତାଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଉପ ସଭାପତି ଗୋପାଳ ଅଗ୍ରୱାଲ, ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରଧାନୀ,ସୁଧୀର କୁମାର ପାତ୍ର, ସୁଶୀଲ ପାଢ଼ୀ, ଲଲାଟେନ୍ଦୁ ନାରାୟଣ ପ୍ରଧାନୀ, ପ୍ରମୋଦ କୁମାର ପ୍ରଧାନୀ, ଉନ୍ନୟନ କମିଟିର ସଦସ୍ୟ ସଭାପତି ଭଦରେଶ୍ୱର ପାତ୍ର,ଉପ ସଭାପତି,ଘନଶ୍ୟାମ ନାଏକ, ସମ୍ପାଦକ ନିଳାମ୍ବର ନାଏକ, ଦୁଷ୍ମନ୍ତ ପାଟ୍ଟଯୋଶୀ ଓ ଅନ୍ୟ ବିଜେପି ଓ ଉନ୍ନୟନ କମିଟିର ସଦସ୍ୟ ଉପସ୍ଥିତ ଥିଲେ।