Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏସ ଡିଗ୍ରି କଲେଜ,କୋକସରା ଠାରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି ତା ୨୨.୪.୨୦୨୪:
ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ କଲେଜର ଯୁବ ରେଡକ୍ରସ ତଥା ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପ ରାଜ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ବକ୍ତା ଭାବେ ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଲବ୍ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଶି, ସମ୍ମାନୀତ ଅତିଥି କ୍ୟାପଟେନ ଅଶ୍ବିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା ଶୁଭଶ୍ରୀ ସାହୁ ଓ ବେଦମୟୀ ବାରିକ ଯୋଗ ଦେଇ ଯୁବକ ଯୁବତୀମାନେ ସଂଯମୀ,ଶୃଙ୍ଖଳିତ ଜୀବନ ଶୈଳୀ ଆପଣାଇବା ସହ ସଚେତନ ହେଲେ ଏଡ଼ସ ନିରାକରଣ ହେବ ଏବଂ ଯୋଗ୍ୟ ବିବେଚିତ ସମସ୍ତେ ରକ୍ତଦାନ କରିବାକୁ ଆହ୍ବାନ ଦେଇଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ସୁବ୍ରତ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଅଧ୍ୟାପିକା ଶୁଭଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ହୃଦାନନ୍ଦ ଧ.ମାଝୀ,ସୁନୀଳ ପ୍ରଧାନୀ, ତପନ ବିଶି,ବିଷ୍ଣୁ ବିଶି,ଲାଲୁ ପ୍ରଧାନୀ, ଉଜାଗର ମାଝୀ ସହଯୋଗ କରିଥିଲେ ଏବଂ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ