ଧର୍ମଗଡ ରେ ଜମୁଛି ତିନି ପ୍ରମୁଖ ଦଳ ର ପ୍ରଚାର ମୈଦାନ,ଗାଁ ଗାଁ ରେ ସରଗରମ ରାଜନୀତି।

କଳାହାଣ୍ଡି:୩୦/୦୪
ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ଆସନ୍ତା ମେ ୧୩ ତାରିଖରେ ମତଦାନ ହେବ। କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି ଧର୍ମଗଡ ବିଧାନସଭା କ୍ଷେତ୍ର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ଗଡ଼ କୁ ନିଜ ଦଖଲ ରେ ରଖି ଆସିଥିବା ବେଳେ ଚଳିତ ନିର୍ବାଚନ ରେ ସ୍ଥିତି ତ୍ରିମୁଖୀ ପ୍ରତିଦ୍ବନ୍ଦିତା ରହିଥିବା ନେଇ ଚର୍ଚ୍ଚା ହେଉଛି। ବିଜୁ ଜନତା ଦଳ ପକ୍ଷରୁ ହେଭିୱେଟ ଭେଟେରାନ ନେତା ପୁଷ୍ପେନ୍ଦ୍ର ସିଂଦେଓ ପ୍ରଚାର ରେଶ ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ରାଜନୀତି ପରିବାର ରୁ ଓବିସି ବର୍ଗର ମହିଳା ରଶ୍ମିରେଖା ରାଉତ ଙ୍କୁ ଦଲ ପ୍ରାର୍ଥୀ କରିଛି।ରଶ୍ମିରେଖା ପୂର୍ବରୁ ସରପଞ୍ଚ ଓ ବର୍ତ୍ତମାନ ଡ଼ହଗାଁ କୃଷି ସମବାୟ ସମିତିର ଉପ ସଭାନେତ୍ରୀ ରହିଛନ୍ତି।ରଶ୍ମିରେଖା ମଧ୍ୟ ପ୍ରଚାର ରେଶ ରେ ବିଜେଡି କୁ ଟକ୍କର ଦେଇ ନିଜର ନିର୍ବାଚନି ପ୍ରଚାର ଜାରି ରଖିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ଟିକେଟ ମିଳିଥିବା ବେଳେ ସେ ମଧ୍ୟ ଦଲୀୟ କର୍ମକର୍ତ୍ତା ଙ୍କ ସହ ପ୍ରଚାର ଜାରି ରଖିଛିନ୍ତି। ହେଲେ ବିଜେଡି ଓ କଂଗ୍ରେସ ର ପ୍ରଚାର ରେଶ ରୁ ଟିକେ ପଛୁଆ ରହିଥିବା ନେଇ ଚର୍ଚ୍ଚା ହେଉଛି।ଧର୍ମଗଡ ନିର୍ବାଚନ ମଣ୍ଡଳୀ ଧର୍ମଗଡ, କୋକସରା, କଲମପୁର ଓ ଜୟପାଟଣା ବ୍ଲକ ର ୪ ପଞ୍ଚାୟତ କୁ ନେଇ ମୋଟ ୬୧ ପଞ୍ଚାୟତ କୁ ନେଇ ଗଠନ ହୋଇଥିବା ବେଳେ ଚଳିତ ନିର୍ବାଚନ ରେ ୨ ଲକ୍ଷ ୫୯ ହଜାର ୪୩୦ ମୋଟ ମତଦାତା ରହିଛନ୍ତି। ବିଗତ ୨୦୧୯ ନିର୍ବାଚନ ରେ ଯାଦବ ସମ୍ପ୍ରଦାୟ ର ଜଣେ ଶିକ୍ଷକ ରହିଥିବା ମୋୖଷଧି ବାଗ ଙ୍କୁ ବିଜେଡି ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ରେ ଯାଦବ ଭୋଟର ସଂଖ୍ୟା ର ଦବଦବା ରହିଥିବା କାରଣରୁ ପ୍ରାର୍ଥୀ କରି ନିଜ ଗୋଟି ଚାଳନା ରେ ସଫଳ ହୋଇଥିବା ବେଳେ ଚଳିତ ନିର୍ବାଚନ ରେ କଂଗ୍ରେସ ଦଳ ସେହି ଫର୍ମୁଲା କୁ ନେଇ ଗୋଟି ଚାଳନା କରି ଯାଦବ ସମ୍ପ୍ରଦାୟର ଜଣେ ଶିକ୍ଷିତା ମହିଳା ରଶ୍ମିରେଖା ରାଉତ ଙ୍କୁ ପ୍ରାର୍ଥୀ କରି ରାଜନୀତି ମୈଦାନ ରେ ଉତାରିଛି। ବିଜେପି ଦଳ ଜଣେ ଅଭିଜ୍ଞ ରାଜନେତା ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ଟିକେଟ ଦେଇଥିବା ବେଳେ ଦିର୍ଘ ବର୍ଷ ହେବ ସେ ବିଜେପି ର ଦଲୀୟ କାର୍ଯ୍ୟକ୍ରମ ରେ ସକ୍ରିୟ ଭାବେ ଜଡ଼ିତ ରହି ଲୋକଙ୍କ ନିକଟତର ହୋଇ ଅନେକେ ସମୟରେ ମଣ୍ଡି ରେ ଚାଷି ସମସ୍ୟା, ଲୋକଙ୍କ ମୌଳିକ ଅଧିକାର ପାଇଁ ଅନବରତ ଭାବେ ସଂଗ୍ରାମ କରି ଆସୁଛନ୍ତି।ତେବେ ଧର୍ମଗଡ଼ ର ତିନି ପ୍ରମୁଖ ଦଲୀୟ ପ୍ରାର୍ଥୀ ଙ୍କ ପକ୍ଷରୁ ନିର୍ବାଚନି ପ୍ରଚାର ଜାରି ରହିଛି। ଦଲୀୟ ପ୍ରାର୍ଥୀ ମାନେ ନିଜ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ନେଇ ଭୋଟର ଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି।ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ରୁ ତିନି ପ୍ରମୁଖ ଦଲୀୟ ପ୍ରାର୍ଥୀ ଙ୍କ ସହ ବିଏସପି ପକ୍ଷରୁ ତୀର୍ଥରାଜ ଦୁର୍ଗା, ସମାଜବାଦୀ ପାର୍ଟି ରୁ ସନ୍ତୋଷ ଭୋଇ,ଏଆଇଏଫବି ରୁ ଟଙ୍କଧର ଶବର, ସମୃଦ୍ଧ ଓଡିଶା ପାର୍ଟି ରୁ ଟିକେମଣି ଦୀପ,ସ୍ୱାଧୀନ ରୁ ସୌମ୍ୟ ରଞ୍ଜନ ନାଏକ,ହେମାଙ୍ଗିନି ହଂସ, ହେରମ୍ବ ସେନାପତି,ପ୍ରହଲ୍ଲାଦ ଅଗ୍ରୱାଲ,ରୂପଧର ନାଏକ ରହିଛନ୍ତି।