Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଷାକ୍ତ ସାପ କାମୁଡ଼ାରେ ବାଳକ ର ମୃତ୍ୟୁ।

କଳାହାଣ୍ଡି:୦୨/୦୫
ଧର୍ମଗଡ ବ୍ଲକ ପର୍ଲା ଠାରେ ଜଣେ ବାଳକ ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।ମୃତ ବାଳକ ଜଣକ ହେଉଛନ୍ତି ବିଶ୍ୱାଳ ଶବର( ୮)।ସୂଚନା ମତେ ବୁଧବାର ଦିନ ବିଳମ୍ବିତ ରାତି ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ କାମୁଡିଥିଲା।ସାପ କାମୁଡି ଥିଲେ ହିଁ ଜଣାପଡି ନଥିଲା।ତେବେ ବିଷାକ୍ତ ସାପ ଟି ମୃତ ପିତା ଙ୍କ ଦେହ ରେ ଘୁରି ବୁଲିବା ଅବସ୍ଥା ରେ ଦେଖିବାକୁ ମିଳିଥିଲା।ସାପ କୁ କାବୁ କରି ମାରି ଦିଆଯାଇଥିଲା।ଖବର ପାଇ ପର୍ଲା ସରପଞ୍ଚ ବ୍ରିଜ ଲାଲ ନାଏକ ,ସମାଜ ସେବୀ ନବୀନ ପୁରୋହିତ,ସୁବାସ ବୋଡ଼କିଆ ତୁରନ୍ତ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଚିକିତ୍ସା କରାଇ ଥିଲେ ହିଁ ଡାକ୍ତର ସେ ଠାରେ ମୃତ ହୋଇଥିବା ଘୋଷଣା କରିଥିଲେ।ଏନେଇ ଧର୍ମଗଡ ପୋଲିସ ଖବର ପାଇ ଡାକ୍ତରଖାନାକୁ ଆସି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର କୁ ମୃତ ଦେହ ହସ୍ତାନ୍ତର କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ