Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଶୀ ଙ୍କ ମାରାଥନ ପ୍ରଚାର ।

କୋକସରା:୦୨/୦୫
ନିର୍ବାଚନ ଯେତେ ପାଖେଇ ଆସୁଛି,ମୁଣ୍ଡଫଟା ପ୍ରବଳ ଖରା କୁ ଖାତିର ନକରି ଗାଁ ଗାଁ ରେ ଦିନ ରାତି ଜମୁଛି ପ୍ରାର୍ଥୀ ଙ୍କ ପ୍ରଚାର। ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଲୀୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଜନ ସମର୍ଥନ ଦେବାକୁ ଜନତା ଙ୍କୁ ଅନୁରୋଧ କରୁଛନ୍ତି ପ୍ରାର୍ଥୀ। ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ରେ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଶୀ ଦଲୀୟ ସମର୍ଥକ ଙ୍କ ସହ ପ୍ରଚାର ଜୋରଦାର କରିଛନ୍ତି। କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ଜାରି ରଖିଛନ୍ତି ମାରାଥନ ପ୍ରଚାର।ପ୍ରତିଦିନ ବିଭିନ୍ନ ଗ୍ରାମ ରେ ପହଞ୍ଚି କେନ୍ଦ୍ର ବିଜେପି ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ନେଇ ପ୍ରଚାର କରୁଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ।ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ ଙ୍କୁ ବିଭିନ୍ନ ଗ୍ରାମ ରେ ମହିଳା ମାନେ ବନ୍ଧାପଣା କରି ଗ୍ରାମବାସୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ପାଛୋଟି ନେଉଛନ୍ତି। ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ କେନ୍ଦ୍ର ମୋଦି ସରକାର ଙ୍କ ରହିଥିବା ଲୋକାଭିମୁଖୀ ଯୋଜନା ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ବିଗତ ୨୪ ବର୍ଷ ମଧ୍ୟରେ ବିଜେଡି ସରକାର ଚାଷି ସମସ୍ୟା,ମଣ୍ଡି ରେ କଟନୀ ଛଟନି, ଗମନାଗମନ,ପିଡ଼ିଏସ ଦୁର୍ନୀତି ,ଆଵାସ ଯୋଜନା ରେ ଜାଲିଆତି କରି କେବଳ ଶସ୍ତା ରାଜନୀତି କରୁଛି ଓ ଆଜି ଜଣେ ତାମିଲ ହାତରେ ଓଡିଶା ର ଅସ୍ମିତା କୁ ଟେକି ଦେଇ ଓଡ଼ିଆ ଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ କରିଛି। ଏଣୁ ରାଜ୍ୟ ରେ ଭାରତୀୟ ଜନତା ପାର୍ଟି ସରକାର ଆସିଲେ ହିଁ ଓଡ଼ିଆ ତାର ଅସ୍ମିତା ଓ ସ୍ୱାଭିମାନ କୁ ଅକ୍ଷୁର୍ଣ୍ଣ ରଖି ପାରିବ ବୋଳି ବିଧାୟକ ପ୍ରାର୍ଥୀ ନିଜ ପ୍ରଚାର ରେ କହୁଛନ୍ତି। ମୋଦି ସରକାର ଙ୍କ ହାତ ମୁଠା କୁ ଟାଣ କରିବାକୁ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀନି ମାଲବିକା କେଶରୀ ଦେଓ ଓ ତାଙ୍କୁ ପଦ୍ମଫୁଲ ଚିଂହ୍ନ ରେ ଭୋଟ ଦେଇ ଆଶ୍ରିବାଦ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ତେବେ କିଛି ସ୍ଥାନରେ ସାଧାରଣ ଲୋକେ ନିଜ ଅଞ୍ଚଳ ରେ ରହିଥିବା ମୌଳିକ ସମସ୍ୟା ପାନୀୟଜଳ, ରାସ୍ତା,ଆଵାସ ଯୋଜନା,ଚାଷି ସମସ୍ୟା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବ୍ଲକ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ରେ ଅନିୟମିତତା ହେଉଥିବା ଅଭିଯୋଗ କରୁଥିବା ବେଳେ ପ୍ରଚାର ରେ ଆସିଥିବା ବିଧାୟକ ପ୍ରାର୍ଥୀ,ଲୋକଙ୍କ ଅଭିଯୋଗ ନିର୍ବାଚନ ରେ ଦଲୀୟ ସରକାର ଆସିଲେ ନିଶ୍ଚୟ ସମାଧାନ କରିବୁ ବୋଳି ପ୍ରତିଶୃତି ଦେଉଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ଙ୍କ ସହ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, କୋକସରା ମଣ୍ଡଲ ପ୍ରଭାରୀ ଗରୁଡ଼ଧ୍ଵଜ ମାଝୀ,ମଣ୍ଡଳ ସଭାପତି କୋକସରା ଦୁର୍ଗା ପ୍ରଧାନୀ,ମଣ୍ଡଳ ସମ୍ପାଦକ କୋକସରା ତ୍ରିନାଥ ଶବର,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ,ଉପ ସଭାପତି ଗୋପାଳ ଅଗ୍ରୱାଲ, ଆମପାଣି ମଣ୍ଡଳ ସମ୍ପାଦକ ସନ୍ତୋଷ ମାଝୀ,ନରେନ୍ଦ୍ର ପ୍ରଧାନୀ,ହିମାଂଶୁ ପଣ୍ଡା,ସୁଶିଳ ପାଢ଼ୀ,ସମେତ ଦଲୀୟ କର୍ମକର୍ତ୍ତା ମାନେ ବିଧାୟକ ପ୍ରାର୍ଥୀ ଙ୍କ ସହ ପ୍ରଚାର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ