Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୋ ବୁଥ ନୋ ଭୋଟ ରେ ଅଟଳ ସିର୍ଲିଗୁଡା ଗ୍ରାମବାସୀ।

କଳାହାଣ୍ଡି:୦୪/୦୫
ନିର୍ବାଚନ ବିଗୁଲ ବାଜି ସାରିଛି।ଆଉ ମାତ୍ର ହାତ ଗଣତି ଦିନ ପରେ ଗଣତନ୍ତ୍ର ର ମହାପର୍ବ ମତଦାନ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ନୋ ବୁଥ ନୋ ଭୋଟ ଜିଦ ରେ ଅଟଳ ରହିଛନ୍ତି ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ ଭୋଟ ବର୍ଜ୍ଜନ ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି। ସୂଚନା ମତେ ସିର୍ଲିଗୁଡା ଏକ ରାଜସ୍ବ ଗ୍ରାମ ହୋଇଥିବା ବେଳେ ବିଗତ କିଛିବର୍ଷ ରୁ ସିର୍ଲିଗୁଡାଗ୍ରାମବାସୀ ନିଜ ଗ୍ରାମ ରେ ମତଦାନ କେନ୍ଦ୍ର ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ପୂର୍ବରୁ ଗ୍ରାମ ଠାରୁ ୮ କିମି ଦୁର ରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବୁଥ କେନ୍ଦ୍ର କୁ ମତଦାନ ପାଇଁ ସିର୍ଲିଗୁଡା ଭୋଟର ଯାଉଥିଲେ। ସିର୍ଲିଗୁଡା ରାଜସ୍ୱ ଗ୍ରାମର ସିର୍ଲିଗୁଡା ଓ ହେମଲେଟ ଗାଁ ଅଁଳାଗୁଡା ରେ ମୋଟ ୭୮୪ ଭୋଟର ରହିଛନ୍ତି। ତେବେ ସିର୍ଲିଗୁଡା ମତଦାତା ଙ୍କ ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟସ୍ଥ ଅଁଳାଗୁଡା ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ରେ ଆସନ୍ତା ନିର୍ବାଚନ ରେ ମତଦାନ କେନ୍ଦ୍ର କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ରହିଛି ଓ ସେମାନେ ଗତ ମାସ ରେ ଏକ ବୈଠକ କରି ଗାଁ ର ଆରାଧ୍ୟ ଦେବୀ ମା ଲଙ୍କେଶ୍ୱରୀ ଓ ଶିବ ମନ୍ଦିର ରେ ଶପଥ କରି ଯେଉଁ ଦିନ ପର୍ଯ୍ୟନ୍ତ ଗାଁ ରେ ମତଦାନ କେନ୍ଦ୍ର ହେବନାହିଁ କେହିଁ ମଧ୍ୟ ମତଦାନ କରିବାକୁ ଅନ୍ୟତ୍ର କେନ୍ଦ୍ର କୁ ଯିବେନାହିଁ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି। ଭୋଟ ବର୍ଜ୍ଜନ କରିବା ଖବର ଗଣମାଧ୍ୟମ ରେ ପ୍ରକାଶିତ ପରେ କିଛିଦିନ ତଳେ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ଙ୍କ ନେତୃତ୍ୱରେ ବିଡ଼ିଓ, ତହସିଲଦାର, ପୋଲିସ ଅଧିକାରୀ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିଲା।ନିଜ ନିଷ୍ପତ୍ତି ରେ ଅଟଳ ରହିଛନ୍ତି ଗ୍ରାମବାସୀ ।