Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିଲିଆରି ବାହାରା ଗାଁରେ ବାଘ ଆତଙ୍କ

ଖଡ଼ିଆଳ : ନୂଆପଡ଼ା ରେଞ୍ଜ ଅଧିନ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁରେ ବାଘ ଆତଙ୍କ ଦେଖା ଦେଇଛି । ରବିବାର ସକାଳୁ ଗାଈକୁ ଶିକାର କରି ଶିକାରକୁ ଜଗି ରହିଛି । ଏହି କଲରାପତରିଆ ବାଘର ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି ।
ରବିବାର ସକାଳେ ସିଲିଆରିବାହାରା ଗାଁର ଏକ ଗାଈ ନିକଟ ଜଙ୍ଗଲକୁ ଚରିବାକୁ ଯାଇଥିଲା । ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ଆସି ବାଘ ଶିକାର ପାଇଁ ଜଗି ରହିଥିଲା । ଜଙ୍ଗଲରେ ଗାଈକୁ ବାଘ ଶିକାର କରି ଖାଇଥିଲା । ହେଲେ ଗାଈକୁ ଖାଇବା ପରେ ବାଘ ଜଙ୍ଗଲକୁ ଯାଇ ପାରିନଥିଲା । ଭୋକିଲା ବାଘ ଅଧିକ ଖାଦ୍ୟ ଖାଇଦେଇ ଜଙ୍ଗଲ ଭିତରକୁ ଯାଇ ପାରୁନଥିବା ଲୋକେ ଅନୁମାନ କରିଛନ୍ତି । ଏବେ ସ୍ଥାନୀୟ ଯୁବକ ମାନେ ବାଘର ଫଟୋ ଓ ଭିଡିଓ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି । ଏମିତି କି ୨୦/୩୦ ମିଟର ଦୂରରୁ ଯୁବକ ମାନେ ଫଟୋ ଉଠାଉଥିଲେ ବି ବାଘ ଜଙ୍ଗଲକୁ ଯାଉନଥିବା ଲୋକେ କହିଛନ୍ତି । ବାଘ ଅସୁସ୍ଥ ଥିବାର ବି ଅନୁମାନ କରାଯାଉଛି। ଏବେ ବାଘର ଜୀବନ ପ୍ରତି ବିପଦ ରହିଛି । ଅନ୍ୟପକ୍ଷରେ ଲୋକେ ଅସୁରକ୍ଷିତ ଭାବେ ବାଘ ପାଖକୁ ଚାଲି ଯାଉଥିବାରୁ ବିପଦ ରହିଛି ।