Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିମନବାଡ଼ି ଜଙ୍ଗଲ ଜଳୁଛି: ବନ ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡ଼ି ଯାଇଛି: ଦୁର୍ବୁତ୍ତ ମାନଙ୍କୁ କାବୁ ପାଇଁ ଦାବୀ

ବାଲିଗୁଡା: ଖରାଦିନ ଆରମ୍ଭ ହେଉଣୁ ଜଙ୍ଗଲରେ ନିଆଁ ଲାଗିଛି। କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ନିକଟସ୍ଥ ଜଙ୍ଗଲ ଜଳୁଛି। ଜଙ୍ଗଲରେ ଶିକାର କରିବା ପାଇଁ ଦୁର୍ବୁତ୍ତମାନେ ଜଙ୍ଗଲରେ ନିଆଁ ଲଗାଉଥିବା ଜଣା ପଡ଼ିଛି। ଫଳରେ ନିଆଁ ଜଙ୍ଗଲରେ ଲାଗି ଯାଇ ବହୁ ମୂଲ୍ୟବାନ ପୋଡି ନଷ୍ଟ ହୋଇଛି । ଅନ୍ୟ ପକ୍ଷରେ ଜଙ୍ଗଲ ଜଳୁଥିବାରୁ ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡ଼ି ଯାଇଛି। ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ବନ ବିଭାଗକୁ ନିଆଁ ଲିଭାଇବାରେ ସହଯୋଗ କରୁଛନ୍ତି। ତେବେ ଜଙ୍ଗଲର ଅଧିକରୁ ଅଧିକ ଅଞ୍ଚଳକୁ ନିଆଁ ବ୍ୟାପୁଥିବାରୁ ନିଆଁକୁ ବନ ବିଭାଗ ଆୟତ କରିବାକୁ ସହଜ ହେଉ ନାହିଁ। ତଥାପି ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ନେତୃତ୍ୱରେ ସିମନବାଡ଼ି ବନପାଳ ରବି ମୋହନ ନାୟକ ବନରକ୍ଷୀ ସ୍ୱପ୍ନା ପାତ୍ର, ବିଭୂଦତ ପଲାଇଙ୍କ ସହିତ ନିଆଁ ଲିଭା ଦଳ ଦିନ ରାତି ଏକ କରି ନିଆଁ ଲିଭାଇବାରେ ଅହରହ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଗାଁ ଗାଁରେ ସଚେତନତା ସୃଷ୍ଟି କରାଯାଉଛି। ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ସେମାନଙ୍କ ସମ୍ପତ୍ତି ଓ ତାହାର ସୁରକ୍ଷା କରିବା ସହିତ ଜଙ୍ଗଲରେ ନିଆଁ ନଲଗାଇବାକୁ ସଚେତନ କରାଯାଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହିତ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନଲଗାଇବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି।