କୋର୍ଟରେ କେସ୍ ଥିଲେ ଅଭିଯୁକ୍ତଙ୍କୁ ଗିରଫ କରି ପାରିବେ ନାହିଁ; ଇଡିକୁ ସୁପ୍ରିମକୋର୍ଟଙ୍କ ଉପଦେଶ


ନୂଆଦିଲ୍ଲୀ: ଯଦି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ କେସ୍ ସ୍ୱତନ୍ତ୍ର କୋର୍ଟରେ ବିଚାରଧୀନ ରହିଛି ତେବେ ଇଡି କୌଣସି ବି ବ୍ୟକ୍ତିଙ୍କୁ ଗିରଫ କରି ପାରିବ ନାହିଁ । ସୁପ୍ରିମକୋର୍ଟ ଗୁରୁବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯଦି କାହା ଉପରେ ମନି ଲଣ୍ଡ୍ରିଂ କେସର ଅଭିଯୋଗ ରହିଛି ଏବଂ ଉକ୍ତ ବ୍ୟକ୍ତି କୋର୍ଟରେ ହାଜର ହୁଅନ୍ତି ତେବେ କେସ ଚାଲିଥିବା ସମୟରେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ । ଏହିପରି ସୁପ୍ରିମକୋର୍ଟ ମନି ଲଣ୍ଡ୍ରିଂ କେସରେ ଗିରଫଦାରୀକୁ ନେଇ ଏକ ନିୟମାବଳୀ ପ୍ରସ୍ତୁତ କରି ଦେଇଛନ୍ତି । ଏହାକୁ ଆଗାମୀ କେସରେ ପାଳନ କରାଯିବ ।

ମନି ଲଣ୍ଡ୍ରିଂ ଆକ୍ଟର ସେକ୍ସନ ୪୫ ଅନୁଯାୟୀ, ସରକାରୀ ଓକିଲଙ୍କୁ ଅଧିକାର ରହିଛି ଯେ, ସେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରି ପାରିବେ । ଏଥିପାଇଁ ଅଭିଯୁକ୍ତଙ୍କୁ ଏକ ସୁଯୋଗ ମିଳିବା ଉଚିତ । ଏହା ସହିତ ଅଭିଯୁକ୍ତଙ୍କୁ ଅଦାଲତରେ ସାବ୍ୟସ୍ତ କରିବାକୁ ପଡିବ ଯେ, ଯଦି ଜାମିନ ମିଳେ ତେବେ ସେ ଅନ୍ୟ ଅପରାଧ କରିବ ନାହିଁ ।

ଏହା ବ୍ୟତୀତ କୋର୍ଟରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାର ଦାୟିତ୍ୱ ଅଭିଯୁକ୍ତ ଉପରେ ମଧ୍ୟ ରହିବ । ଏହା ପୂର୍ବର ସର୍ତ୍ତ ଅନୁଯାୟୀ, ମନି ଲଣ୍ଡ୍ରିଂ କେସରେ ଜେଲ୍ ଯାଉଥିବା ଲୋକଙ୍କ ପାଇଁ ଜାମିନରେ ବାହାରିବା ମୁସ୍କିଲ ହେଉଥିଲା । ଏହି କାରଣରୁ ସମସ୍ତ ନେତା ଓ ଅନ୍ୟ ଲୋକଙ୍କୁ ଏମିତି ମାମଲାରେ ଜେଲ ବାହାରିବା ମୁସ୍କିଲ ହେଉଥିଲା । ସମସ୍ତ ନେତା ଓ ଅନ୍ୟ ଲୋକଙ୍କୁ ଏମିତି ମାମଲାରେ ଜେଲରୁ ବାହାରିବାକୁ ସମୟ ଲାଗିବ । ଜଷ୍ଟିସ ଏଏସ ଓକା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ କହିଛନ୍ତି, ଯଦି ଅଭିଯୁକ୍ତ ସମନ ଜାରି ହେବା ପରେ କୋର୍ଟରେ ହାଜର ହୁଅନ୍ତି ତେବେ ଏହାକୁ ଅଟକ ବିବେଚନା କରାଯିବ ନାହିଁ ।