Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ବୈଠକ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସ. ମାଲପଡା ସ୍ଥିତ କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ବୋର୍ଡ଼ ମେମ୍ବର ମାନଙ୍କ ବୈଠକ କର୍ଲାମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ତିରଞ୍ଜି ମେର୍ଲି ଙ୍କ ଅଧ୍ୟକ୍ଷତାରେ ବୋର୍ଡ ମେମ୍ବର ବାଲ୍ମୀକି ଛତ୍ରୀଆ,ଯତୀନ୍ଦ୍ର ନାଥ ସାହୁ,ନିଳେନ୍ଦ୍ରୀ ସାହୁ,ଗୌରୀ ଦୀପ,ଭୁପିନ୍ଦ୍ର ଚୌଧୁରୀ, ନିଲେନ୍ଦୀସାହୁ,ପ୍ରଦୀପ କିଶୋର ଛତ୍ରୀଆ ପ୍ରମୁଖ ଯୋଗ ଦେଇ ବ୍ଳକ ରେ ଚାଷୀ ମାନଙ୍କ ଉତ୍ପାଦିତ ସାମଗ୍ରୀ ର କିଣା ବିକା କରିବା ସହିତ ଚାଷୀ ଙ୍କ ଅୟବୃଦ୍ଧି ଓ ମଞ୍ଜି ଠୁଁ ବଜାରିକରଣ ପର୍ଯ୍ୟନ୍ତ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ଆସନ୍ତା ଖରିଫ ଚାଷ ପାଇଁ ଚାଷୀ ମାନଙ୍କ ଆବଶ୍ୟକତା ଅନୁସାରେ ଧାନ ବିହନ ମହଜୁଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ବିଶେଷଜ୍ଞ ନିର୍ଦେଶକ ପ୍ରଦୀପ କୁମାର ସାହୁ ,ଜଗଦୀଶ ପ୍ରସାଦ ରଣା ଯୋଗ ଦେଇ କମ୍ପାନୀ କୁ ସୁପରିଚାଳନା ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ