ଦୁର୍ନୀତିକୁ ଘୃଣା କରନ୍ତି ନାହିଁ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ଦୁର୍ନୀତିରେ ତାଙ୍କର କୌଣସି ସମସ୍ୟା ନାହିଁ: ସତ୍ୟପାଲ ମଲିକ


ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ପାର୍ଟି ନେତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ଦୁର୍ନୀତିରେ କୌଣସି ସମସ୍ୟା ନାହିଁ । ଏ ବିଷୟରେ ଅବଗତ କରାଇଲେ ମଧ୍ୟ ସେ ଦୁର୍ନୀତିରେ ଲିପ୍ତ ନେତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ସେମିତିରେ ସେ ଦୁର୍ନୀତିକୁ ଘୃଣା କରନ୍ତି ନାହିଁ । ଏମିତି ସଙ୍ଗୀନ ଟିପ୍ପଣୀ କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ।

ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କ ସହ ଆଲୋଚନା ବେଳେ ପୂର୍ବତନ ରାଜ୍ୟପାଳ ଆରଏସଏସ ନେତା ରାମ ମାଧବ ଏବଂ ରିଲାଏନ୍ସର ଏକ ବିମା କମ୍ପାନୀ ବିଷୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ରିଲାଏନ୍ସ ଜାମ୍ମୁ-କାଶ୍ମୀରରେ ଏକ ବୀମା କମ୍ପାନୀ ଖୋଲିବାକୁ ଯୋଜନା କରିଥିଲା । କିନ୍ତୁ ସେ ଏହାର ମଞ୍ଜୁରୀ ଦେଇନଥିଲେ । ରାମ ମାଧବ ପରବର୍ତୀ ଦିନ ସକାଳ ୭ଟାରେ ତାଙ୍କ ଘରେ ପହଞ୍ଚିଥିଲେ ।

ମଲିକ କହିଛନ୍ତି ଯେଉଁ ଦିନ ମୁଁ ଶପଥ ନେଲି ତାର ପରବର୍ତ୍ତୀ ଦିନଠୁ ହିଁ ସମସ୍ତେ ଏଜେଣ୍ଡା ଆରମ୍ଭ କରି ଦେଇଥିଲେ । ସମସ୍ତେ ସ୍କିମ ପାରିତ ହେଉ ବୋଲି ଏକମତ ଥିଲେ । ବିଧାନସଭାରେ ବିଧେୟକ ଗୃହୀତ ମଧ୍ୟ ହୋଇଥିଲା । କିନ୍ତୁ ମୁଁ ୨ ଦିନ ପରେ ଫାଇଲ ମଗାଇ ଏହା ବାତିଲ କରିଥିଲି ବୋଲି ମଲିକ କହିଛନ୍ତି । ମୋତେ ମନାଇବାକୁ ବହୁତ ଉଦ୍ୟମ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋତେ ବୁଝାଇଥିଲେ ବି ମୁଁ ପଛକୁ ହଟିନଥାନ୍ତି ବୋଲି ମଲିକ୍ କହିଛନ୍ତି ।