Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମଦିନ ରେ ରୋଗୀ ଙ୍କୁ ରକ୍ତଦାନ କରି ଯୁବପିଢି ଙ୍କୁ ପ୍ରେରଣା ଦେଲେ ସମାଜସେବୀ ଢଗ ନାଏକ ।

କୋକସରା:୨୧/୦୫
ଜନ୍ମ ଦିନରେ ଆଜିକାଲି ର ଯୁବପିଢି ବର୍ଥ ଡେ କେକ କାଟି ଲାଇଟ,ସାଉଣ୍ଡ,ନାଚଗୀତଆସର ଜମାଇ ଖୁବ ଆଡମ୍ବରର ସହ ଜନ୍ମଦିନ ଉତ୍ସବ ପାଳନ କରିଥାନ୍ତି। ହେଲେ ନିଜ ଜନ୍ମ ଦିନ ରେ ଜଣେ ଗୁରୁତର ରହି ଙ୍କୁ ରକ୍ତଦାନ କରି ଜନ୍ମ ଦିନ ର ଖୁସି ବାଣ୍ଟିଛନ୍ତି ଜଣେ ଯୁବ ସମାଜସେବୀ ଢଗ ନାଏକ। ମର୍ମନ୍ତୁଦ ଦୁର୍ଘଟଣା ଗ୍ରସ୍ତ ରେ ଗୋଡ଼ ଭାଙ୍ଗି ଯାଇଥିବାରୁ ବାଲାଜୀ ନର୍ସିଂ ହୋମ୍ ଭବାନିପାଟଣା ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଙ୍କ ଅସ୍ତ୍ରୋପଚାର ପାଇଁ ଅତ୍ୟନ୍ତ ଜରୁରୀ ସମୟରେ ବି ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଥିବାରୁ ଅନେକ ଲୋକ ମାନଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତୁ ରକ୍ତ ଯୋଗାଡ଼ ହୋଇ ପାରି ନଥିଲା।‌ଶେଷରେ ସମାଜସେବୀ ଢଗ ନାଏକ ନିଜ ଜନ୍ମଦିନ ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ କରି ଏକ ଜୀବନ କୁ ସେବା ପ୍ରଦାନ କରି ଆଜିର ସମାଜ ଯୁବପିଢ଼ିଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଛନ୍ତି ସମାଜସେବୀ ଢଗ ନାଏକ। ଶ୍ରୀ ନାଏକଙ୍କ ମହନିୟ କାର୍ଯ୍ୟ ପାଇଁ ତାଙ୍କୁ ଶୁଭେଚ୍ଛା ଓ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଥିବା ବେଳେ ଏଭଳି ଏକ ସେବାରେ ସୁଯୋଗ ପାଇ ଶ୍ରୀ ନାଏକ ଆତ୍ମସନ୍ତୋଷ ଲାଭ କରିଥିବା ପ୍ରକାଶ କରିଛନ୍ତି। ରକ୍ତଦାନ ସମୟରେ ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ରକ୍ତବୀର ଉମାକାନ୍ତ ସୁନାନୀ, ଅଙ୍କିତ ସେଠୀ, ଅଜୟ ସୁନାନୀ,କମଳା କାନ୍ତ ବିହାରୀ, ୟୁଗେସ ତାଣ୍ଡି,ରେଜେନ୍ଦ୍ର ଦୁରିଆ, ମିଥୁନ କୁମାର ଦୁର୍ଗା,ରୋହିତ ସୁନାନୀ, ରିଙ୍କୁ ମଙ୍ଗରାଜ,ନରେଶ ସୁନାନୀ ଶୈଷ୍ଣବ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ