Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଭୀଷଣ ଗରମ ଏବଂ ହିଟୱେଭ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର । କେରଳ ଛୁଇଁଲା ମୌସୁମୀ ବାୟୁ । ଏ ନେଇ ଗୁରୁବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) । ବିଭାଗ କହିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳରେ ପ୍ରବେଶ କରିଛି । ଏହା ପୂର୍ବୋତର ଭାରତର ଅଧିକାଂଶ ଅଞ୍ଚଳ ଅଭିମୁଖେ ଅଗ୍ରସର ହେଉଛି ।

ପାଣିପାଗ ବିଭାଗ ଅନୁଯାୟୀ, ଏଥର ସୌସୁମୀ ସମୟ ପୂର୍ବରୁ କେରଳରେ ପହଞ୍ଚିଛି । ପ୍ରଭାବରେ କେରଳରେ ଜୋରରେ ପବନ ବହିବା ସହିତ ପ୍ରବଳ ବର୍ଷା ଜାରି ରହିଛି । କିଛି ଦିନ ପୂର୍ବେ ଆସିଥିବା ବାତ୍ୟା ରେମାଲ ଯୋଗୁଁ ମୌସୁମୀ ବାୟୁ ଶୀଘ୍ର ପହଞ୍ଚି ଯାଇଛି । ଚଳିତ ବର୍ଷ ମେ ୩୧ରେ କେରଳରେ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ ।

ଗତ କିଛି ଦିନ ହେବ କେରଳରେ ପ୍ରବଳ ବର୍ଷା ସହ ମୌସୁମୀ ବାୟୁ ପ୍ରବେଶ କରିସାରିଥିଲା। ଜୁନ ଶେଷ ସୁଦ୍ଧା ମୌସୁମୀ ଦିଲ୍ଲୀ ଛୁଇଁପାରେ । ସାଧାରଣତଃ ରାଜଧାନୀରେ ଏହା ଜୁନ ୨୭ ପାଖାପାଖି ପ୍ରବେଶ କରିଥାଏ । ଓଡିଶାରେ ମୌସୁମୀ ଜୁନ ୧୦ ତାରିଖ ସୁଦ୍ଧା ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି । କୃଷି ପ୍ରଧାନ ରାଷ୍ଟ୍ର ଭାରତ ପାଇଁ ମୌସୁମୀ ବେଶ୍ ଗୁରୁତ୍ୱପୂର୍ଣ।