Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଁ ନମଃ ଶିବାୟ ଧ୍ୱନି ରେ ପାହାଡେଶ୍ୱର ଶିଵ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ।

କୋକସରା:୦୩/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଠାରେ ଭକ୍ତିମୟ ପରିବେଶ ମଧ୍ୟରେ ଗ୍ରାମ ମଧ୍ୟରେ ଥିବା ପାହାଡ଼ ଉପରେ ବାବା ପାହାଡେଶ୍ୱର ଶୈବପୀଠ ମନ୍ଦିର ପ୍ରତିଷ୍ଠା ଉତ୍ସଵ ସହ ଦେବ ପୂଜନ ଓ ପ୍ରାଣ ପ୍ରତିଷ୍ଠା ଉତ୍ସଵ ସୋମବାର ଜ୍ୟେଷ୍ଠ କୃଷ୍ଣପକ୍ଷ ଦ୍ଵାଦଶୀ ତିଥିରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇ ଯାଇଛି । ଗତ ଶନିବାର ଠାରୁ ମନ୍ଦିର ପ୍ରତିଷ୍ଠା ପାଇଁ ଅଧିବାସ,କଲସ ଯାତ୍ରା, ଧ୍ଵଜାରୋହଣ,ଅର୍ଣ୍ଣାଧିବାସ,ବିଗ୍ରହ ପ୍ରବେଶ,ବିଗ୍ରହ ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା ମୁଖ୍ୟ ପୁଜକ ଗୋପାଳ ଜି ଠାକୁର ଓ ବିଶ୍ୱ ରଞ୍ଜନ ଯୋଶୀ, ଧନଞ୍ଜୟ ମୁଣ୍ଡ ଙ୍କ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି।ପୂଜାକର୍ତ୍ତା ଭାବେ ଶ୍ରୀମାନ ରାଜୀବ ଅଗ୍ରୱାଲ ଧର୍ମପତ୍ନୀ ଶ୍ରୀମତୀ ରିତା ଅଗ୍ରୱାଲ ପୂଜା ବିଧି ତୁଲାଇଥିଲେ । ପାହାଡ଼ ଉପରେ ଭବ୍ୟ ମନ୍ଦିର ନିର୍ମାଣ ଓ ଦେବାଧିଦେଵ ମହାଦେବ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଇଁ ଭାବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଫୁଫଗାଁ ମନ୍ଦିର ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ପାଇଁ ପାହାଡେଶ୍ୱର ମହାଦେବ ଙ୍କ ପ୍ରାଣ ପ୍ରତିଷ୍ଠା ଦର୍ଶନ ନୀତିକାନ୍ତି ସମସ୍ତ ପ୍ରକାର ସୁବ୍ୟବସ୍ଥା କରା ଯାଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସଵ ରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ସମାଜସେବୀ ପୁରୁଷୋତ୍ତମ ଗୁପ୍ତା,ସୁଶିଳ କୁମାର ଅଗ୍ରୱାଲ,ପ୍ରଣବ ବେହେରା, ମନୋଜ ବେହେରା ଉପସ୍ଥିତ ରହି ଏହି ଉତ୍ସଵ ରେ ସାମିଲ ହୋଇଥିଲେ। ମନ୍ଦିର ପ୍ରତିଷ୍ଠା ଉତ୍ସଵ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ମଙ୍ଗଳବାର ପ୍ରାତଃ ରୁ ଆରମ୍ଭ ହେବ।ନାମଯଜ୍ଞ ରେ କର୍ତ୍ତା ଭାବେ ରସିକଲାଲ ପୁଝାରି ଓ ତାଙ୍କ ଧର୍ମପତ୍ନୀ ଈଶ୍ୱରୀ ପୁଝାରି ଦାୟିତ୍ୱ ତୁଲାଇବେ। ମନ୍ଦିର ପୂଜା କମିଟି ପକ୍ଷରୁ ସଭାପତି ଜୟରାମ ପୁଝାରି, ସମ୍ପାଦକ ପ୍ରଦୀପ ପଟେଲ,ସରପଞ୍ଚ ଗଜାନନ ପୁଝାରି, କୀର୍ତ୍ତନ ଶବର, ଲକ୍ଷ୍ମଣ ପଟେଲ, ନିଳାମ୍ବର ବାରିକ,ଜଳଧର ପଟେଲ, କୈଳାଶ ପଟେଲ, କାଶୀନାଥ ପୁଝାରି, ବଳରାମ ଶବର, କୁମୁଦ ଚନ୍ଦ୍ର ପଟେଲ,ମନୁ ପଟେଲ,ବିପ୍ର ପଟେଲ, ନାନକ ଅଗ୍ରୱାଲ ,ସୋନୁ ଅଗ୍ରୱାଲ, ବିକାଶ ଅଗ୍ରୱାଲ,ରବି ନାରାୟଣ ଦାସ ସମେତ ଫୁଫଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ଶତାଧିକ ପୁରୁଷ ମହିଳା ଶ୍ରଦ୍ଧାଳୁ ସାମିଲ ହୋଇ ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ