Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ନେବ ଓଡ଼ିଶା ନେତୃତ୍ବ: ୨.୫ କୋଟି ଭୋଟରଙ୍କ ନିଷ୍ପତ୍ତିର ହିସାବ ଆଜି

ଓଡ଼ିଶାରେ କିଏ ସରକାର ଗଢ଼ିବ? ବିଜେପି, ବିଜେଡି ନା କଂଗ୍ରେସ? ତାହା ମଙ୍ଗଳବାର ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ। ରାଜ୍ୟବାସୀ କେଉଁ ଦଳ ଉପରେ ଭରସା କରୁଛନ୍ତି ତା’ର ଏକ ଚିତ୍ର ମଧ୍ୟାହ୍ନ‌ ବେଳକୁ ଆସିଯିବ। ରାଜ୍ୟର ୨୫ବର୍ଷର ସ୍ଥାୟୀ ବିଜେଡି ସରକାରର ସଫଳତାକୁ ଲୋକ ବିଶ୍ବାସ କରିଛନ୍ତି ନା ସରକାର ଗଢ଼ିବାକୁ ଅାଶାରେ ଥିବା ବିଜେପି, କଂଗ୍ରେସ ରାଜ୍ୟ ସରକାରଙ୍କ ଯେଉଁ ଦୋଷ ଦୁର୍ବଳତା କାଢ଼ିଛନ୍ତି ତାକୁ ବିଶ୍ବାସ କରୁଛନ୍ତି। ଜନତା ଜନାର୍ଦ୍ଦନଙ୍କ ବିଶ୍ବାସ ଜିଣି କିଏ ଓଡ଼ିଶାରେ ସରକାର ଗଢ଼ିବ ତାହା ମଙ୍ଗଳବାର ଜଣାପଡ଼ିବ।

ଇଭିଏମ୍‌ରେ ସିଲ୍ ହୋଇଥିବା ବେଳେ ମଙ୍ଗଳବାର ସକାଳ ୮ଟା ୩୦ରେ ଏହା ଖୋଲାଯିବ। ରାଜ୍ୟର ୭୦ଟି ସ୍ଥାନରେ ଭୋଟ୍ ଗଣତି ହେବ। ଏଥିରେ ଛତ୍ରପୁରରେ କେବଳ ବ୍ରହ୍ମପୁର ଓ ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନସ୍ଥ ବିଧାନସଭା ନିର୍ବାଚନମଣ୍ଡଳୀର ପୋଷ୍ଟାଲ ବାଲଟ୍ ଗଣତି ହେବାକୁ ଥିବାବେଳେ ବାକି ୬୯ଟି ସ୍ଥାନରେ ଇଭିଏମ୍‌ ଓ ପୋଷ୍ଟାଲ ବାଲଟ୍ ଗଣତି ହେବ। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ ୮ଟା ୩୦ରୁ ଇଭିଏମ୍‌ ସିଲ୍ ଫିଟାଇ ଗଣତି ଆରମ୍ଭ ହେବ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।