Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚକିତ କଲା ଜନତା ଜନାଦେଶ; ହାରିଲେ ଟାଣୁଆ ମନ୍ତ୍ରୀ

ରୋମାଞ୍ଚକର ହେଉଛି ଓଡ଼ିଶା ବିଧାନସଭା ରେଜଲ୍ଟ। ଆଗଉଛି ବିଜେପି, ପଛରେ ପଡ଼ିଛି ବିଜେଡି। କେବଳ ସେତିକି ନୁହେଁ, କଡ଼ ଲେଉଟାଇଛି ଜନତାଙ୍କ ଜନାଦେଶ। ପରାଜୟ ହୋଇଛନ୍ତି ଟାଣୁଆ ନେତା ତଥା ବିଜେଡିର ମନ୍ତ୍ରୀ।
ଭୁବନେଶ୍ୱର ଏକାମ୍ରରୁ ହାରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ତାଙ୍କୁ ୨୫୦୦ ଅଧିକ ଭୋଟ୍ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ଠାରୁ ପରାସ୍ତ ହୋଇଛନ୍ତି।
ସେହିପରି ଟିଟିଲାଗଡ଼ରୁ ହାରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ବିଜେପୁରରୁ ହାରିଛନ୍ତି ମନ୍ତ୍ରୀ ରୀତା ସାହୁ। ସେହିପରି ବୌଦ୍ଧରୁ ହାରିଲେ ମନ୍ତ୍ରୀ ପ୍ରଦୀପ ଅମାତ୍। ସେହିପରି ମନ୍ତ୍ରୀ ବିକ୍ରମ ଆରୁଖ, ଚନ୍ଦ୍ରସାରଥୀ ବେହେରା, ରିତା ସାହୁ ପରାଜିତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ରୋହିତ ପୁଜାରୀ ପରାସ୍ତ ହୋଇଛନ୍ତି।