୨୦୨୪ ଲୋକସଭା ନିର୍ବାଚନର ଫଳାଫଳ, ୪୦୦ ପାରର ନାରା ଦେଉଥିବା ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୯୩ ସିଟ୍ ମିଳିଥିବା ବେଳେ ୨୩୪ଟି ସିଟରେ ଅଟକିଛି ଇଣ୍ଡିଆ ମେଂଟ । ତେବେ ଏହି ନିର୍ବାଚନରେ ଉଭୟ ଶାସକ ଓ ବିରୋଧୀ ଦଳର ଅନେକ ଚର୍ଚ୍ଚିତ ଚେହେରା ପରାଜୟର ସ୍ୱାଦ ଚାଖିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅର୍ଜୁନ ମୁଣ୍ଡା, ରାଜୀବ ଚନ୍ଦ୍ରଶେଖର, ମାନେକା ଗାନ୍ଧୀ ବଡ଼ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଭୂପେଶ ବଘେଲ, ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତି ମଧ୍ୟ ନିଜ ଆସନରେ ପରାଜୟର ସାମ୍ନା କରିଛନ୍ତି ।
୨୦୨୪ ଲୋକସଭା ନିର୍ବାଚନରେ ନିରାଶ ଚର୍ଚ୍ଚିତ ଚେହେରା । ଭୋଟରଙ୍କ ମୁଡ ଆଗରେ ରଣନୀତି ଫେଲ
