କଳାହାଣ୍ଡି ରୁ କଇଁଛ ଚୋରା ଚାଲାଣ ବେଳେ,ଚଢ଼ାଉ କରି ୪ ତସ୍କର ସହ ୧୬୭ କଇଁଛ ଉଦ୍ଧାର କଲା ଝରୀଗାଁ ବନବିଭାଗ l

କଳାହାଣ୍ଡି:୧୫/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ରୁ ନବରଙ୍ଗପୁର ଜିଲ୍ଲା କୁ କଇଁଛ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ୱାଇଲଡ଼ ଲାଇଫ ଟିମ ଓ ଝରୀଗାଁ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଝରିଗାଁ ବ୍ଲକ ର ଚକଳାପଦାର ପଞ୍ଚାୟତ କଂଗ୍ରା ର ସପ୍ତାହିକ ହାଟପଦା ନିକଟ ରେ ୪ ଜଣଙ୍କୁ ମଟର ସାଇକେଲ ଯୋଗେ ଜୀବନ୍ତ କଇଁଛ ନେଉଥିବା ବେଳେ ବନ ବିଭାଗ ଟିମ ହାତରେ ଧରାପଡିଛି। ୧୬୭ ଗୋଟି ବିରଳ ପ୍ରଜାତିର କଇଁଛ ଛୁଆ ଙ୍କୁ ଉଦ୍ଧାର କରି ଝରିଗାଁ ସେଣ୍ଟ୍ରାଲ ନର୍ସରି ରେ ସୁରକ୍ଷିତ ଭାବେ ରଖାଯାଇଛି। ୪ ଜଣ ଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି। ସୂଚନା ମତେ କୋକସରା ବ୍ଲକ ଗୋତମୁଣ୍ଡା ହେଉଛି ନବରଙ୍ଗପୁର ଜିଲ୍ଲା ର ସୀମାନ୍ତ ଅଞ୍ଚଳ। ସୀମାନ୍ତ ଗୋତମୁଣ୍ଡା ଅଞ୍ଚଳ ରୁ ଜଙ୍ଗଲ ରାସ୍ତା ଦେଇ ଉମରକୋଟ ସହର କୁ କଇଁଛ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ୱାଇଲଡ଼ ଲାଇଫ ଟିମ ଏବଂ ଝରିଗାଁ ବନ ବିଭାଗ ଟିମ ଚାଲାଣ ବେଳେ ୪ ଜଣ ଙ୍କୁ କାବୁ କରିବା ସହ ୧୬୭ କଇଁଛ କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଉମରକୋଟ ଅଞ୍ଚଳ କୁ ବିକ୍ରି ପାଇଁ ନେଉଥିବା ଗିରଫ ୪ ଜଣ ତସ୍କର ସ୍ୱୀକାର କରିଛନ୍ତି। ଗିରଫ ହୋଇଥିବା ୪ ଜଣ ହେଉଛନ୍ତି ଜୟପାଟଣା ବ୍ଲକ ସର୍ଗିଗୁଡା ଗ୍ରାମର ଗଗନେଶ୍ୱର ନାୟକ(୩୬), ଧର୍ମୁ ଚଳାନ(୪୦) ତ୍ରିଲୋଚନ ଚଳାନ(୩୮) ଓ ଗୋତମୁଣ୍ଡା ଗ୍ରାମର ଦିଗାମ୍ବର ଗୋପାଳ(୨୯) ବୋଳି ଜଣାପଡିଛି। କଇଁଛ ଚୋରା ଚାଲାଣ ପଛରେ ଏକ ରାକେଟ କାମ କରୁଥିବା ନେଇ ତଥ୍ୟ ମିଳିଥିବା ସୂଚନା ମିଳିଛି। ବନ ବିଭାଗ ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି।ବନ୍ୟପ୍ରାଣୀ ଆଇନ ସୁରକ୍ଷା ଆଇନ ଅନୁଯାୟୀ ୪ଜଣ ତସ୍କର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ଝରି ଗାଁ ରେଞ୍ଜ ଅଧିକାରୀ ଗୋବିନ୍ଦ ନାୟକ ସୂଚନା ଦେଇଛନ୍ତି ।