Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ବୌଦ୍ଧ ସମ୍ମିଳନୀ; ନିମନ୍ତ୍ରଣ କରିଛି ଭାରତ,ଆସିବେ ୩୦ ଦେଶ, ହେଲେ ଆସିବନି ଚୀନ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୨୦ ଓ ୨୧ ତାରିଖ ଦୁଇ ଦିନ ଦିଲ୍ଲୀରେ ବିଶ୍ୱ ବୌଦ୍ଧ  ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ୩୦ଟି ଦେଶକୁ ନିମନ୍ତ୍ରଣ କରିଛି ଭାରତ। ସୂଚନା ଅନୁଯାୟୀ ଚୀନ ଏହି ସମ୍ମିଳନୀରେ ଯୋଗ ଦେଇ ନପାରେ। ତେବେ ଭାରତ ସହ ସୀମା  ବିବାଦ ତଥା ଭାରତ ସହ ତିକ୍ତତା ହେତୁ ଚୀନ୍ ଆସନ୍ତା ୨୦ ଓ ୨୧ରେ ନୂଆଦିଲ୍ଲୀରେ ହେବାକୁ ଥିବା ବିଶ୍ୱ ବୌଦ୍ଧ  ସମ୍ମିଳନୀ ଯୋଗଦେବ ନାହିଁ ବୋଲି ଜଣାପଡ଼ିଛି।

ଆନ୍ତର୍ଜାତୀୟ ବୌଦ୍ଧ କନଫେଡେରେସନ୍ (ଆଇବିସି) ର ମହାନିର୍ଦ୍ଦେଶକ କହିଛନ୍ତି, “ନିମନ୍ତ୍ରଣ ପଠାଯାଇଛି ହେଲେ ଚାଇନା ଏହି ସମ୍ମିଳନୀକୁ ଆସୁନାହିଁ। ତେବେ ତାଇୱାନ୍‌ରୁ ଦୁଇଟି ପ୍ରତିନିଧି ଦଳ ଭାରତ ଆସୁଛନ୍ତି ବୋଲି ସେ କହିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟର ସହଭାଗିତାରେ ଆଇବିସି ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି।

ସାଂସ୍କୃତିକ କ୍ଷେତ୍ରରେ ବିଶ୍ୱରେ ଅନ୍ୟ ଦେଶ ସହ ସମ୍ପର୍କ ମଜଭୁତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ