Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରିରେ ଆରମ୍ଭ ହେଲା ଫିଲ୍ମ ପୁଷ୍ପା-୨ର ସୁଟିଂ

ମାଲକାନଗିରି: ମାଲକାନଗିରି ଓ ଆନ୍ଧ୍ର ସୀମାରେ ଥିବା ତରାବୁରେ ଫିଲ୍ମ ପୁଷ୍ପା-୨ର ସୁଟିଂ ଆରମ୍ଭ ହୋଇଛି। ଗତକାଲି ଫିଲ୍ମ ପୁଷ୍ପାର ପୂରା ଟିମ୍‌ ତରାବୁରେ ପହଞ୍ଚିଥିଲେ। ସେଠାରେ ଥିବା ଜଳ ପ୍ରପାତରେ ସୁଟିଂ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

ସୁଟିଂ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁଟିଂ ପାଇଁ ସୁପର ଷ୍ଟାର ଆଲୁ ଅର୍ଜୁନଙ୍କ ସମେତ ସହ ଅଭିନେତା, ଅଭିନେତ୍ରୀମାନେ ସେଠାରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକ ଜାଣିବା ପରେ ସୁଟିଂ ସେଟ୍‌ ପାଖରେ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।

ଆସନ୍ତା ମାସରେ ହେବ ଫିଲ୍ମ ସୁଟିଂ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ ବଢ଼ିବାରେ ଲାଗିଛି। ନକ୍ସଲ ଦମନ ପରେ ପ୍ରକୃତିର ଏହି ସୁନ୍ଦର ସ୍ଥାନରେ ଫିଲ୍ମ ସୁଟିଂକୁ ନେଇ ଚର୍ଚ୍ଚା ବଢିଛି।

ସୂଚନା ଥାଉକି, ପ୍ରାୟ ୩୫୦ କୋଟି ଟଙ୍କା ବଜେଟ ଖର୍ଚ୍ଚରେ ଏହି ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମ ପାଇଁ ଆଲୁ ଅର୍ଜୁନ ପ୍ରାୟ ଶହେ କୋଟି ଟଙ୍କା ନେଉଥିବା ଇଣ୍ଡିଆ ଟୁଡେ ରିପୋର୍ଟରୁ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ