Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ୟାସ ଲିକ ହୋଇ ପୋଡିଗଲା ଲକ୍ଷ୍ୟାଧୀକ ଟଙ୍କାର ସମ୍ପତ୍ତି……ସହାୟତା ଯୋଗାଇଦେବାକୁ ଦାବୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ଜୋରାଡବରା ଛକ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଅଘଟଣା ରେ ଜୈନେକ ପରିବାର ର ଲକ୍ଷ୍ୟା ଧିକ ଟଙ୍କା ର ସମ୍ପତ୍ତି ନିଆଁ ରେ ପୋଡି ପାଉଁଶ ହୋଇଥିବା ତହସିଲଦାର ଙ୍କ ଠାରେ ଲିଖିତ ଭାବେ ଜଣେଇଛନ୍ତି। ସୂଚନା ମତେ କୁମର ସାହୁ ଙ୍କ ଘରେ ମଙ୍ଗଳବାର ସନ୍ଧ୍ୟାରେ ଗ୍ୟାସ ଲିକ ଯୋଗୁଁ ଘରେ ଥିବା ନଗଦ ୬୦ ହଜାର ଟଙ୍କା, ଫ୍ରିଜ,ଇନଭେଟର, ଗୋଟିଏ କୂଳର,ଗୋଟିଏ ଟିଭି ,ତିନିଟି ଫ୍ୟାନ , ତିନିଟି ଡାଇନିଙ୍ଗ ଟେବୁଲ,୧୨ ଟି ଚୌକି,ଗୋଟିଏ ଗ୍ରାଇଣ୍ଡର ତଥା ଚାଉଲ, ଡାଲି ସମେତ କପଡ଼ା ଗୁଡିକ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଥିବା କୁମର ସାହୁ କହିଛନ୍ତି।ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ଏନେଇ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ ଙ୍କୁ ପଚାରିବାରୁ ସେଠାକାର ରାଜସ୍ୱ ନିରୀକ୍ଷକ ଙ୍କୁ ନିର୍ଦେଶ ଦିଆ ଯାଇଛି, ସେ ତଦନ୍ତ କରି ରିପୋର୍ଟ ଦେବାପରେ ପରେ ଆମ ଦ୍ୱାରା ଯାହା ହେଇପାରିବ ଆମେ ସହଯୋଗ କରିବୁ ବୋଲି କହିଛନ୍ତି। ଅନ୍ୟ ପଟେ ଏହି ପରିବାର କୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ