Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାନଦୀ ଜଳ ବିବାଦ; ଆଜି କ୍ଷେତ୍ର ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍‌

ସମ୍ବଲପୁର : ମହାନଦୀ ଜଳ ବିବାଦ। ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ଖୁବ୍‌ ଶୀଘ୍ର ସମାଧାନ ହୋଇପାରେ। ଆଜି ଟ୍ରିବ୍ୟୁନାଲ ଟିମ୍‌ ସିହାୱାରୁ ସର୍ଭେ ଆରମ୍ଭ କରିବ। ଆଜି କ୍ଷେତ୍ର ପରିଦର୍ଶନ କରିବ ଟିମ୍‌।

ଏହି ଟିମ୍‌ରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ୍ ଖାନୱିଲକରଙ୍କ ସମେତ ୩ ଜଣିଆ ଖଣ୍ଡପୀଠ, ଉଭୟ ରାଜ୍ୟର ବିଶେଷଜ୍ଞ, ଆଇନ ବିଷାରଦ ଓ ଜଳ ସଂପଦ ଅଧିକାରୀ ସାମିଲ ଅଛନ୍ତି। ଏହି ଟିମ୍‌ରେ ମୋଟ ୫୦ ଜଣ ସାମିଲ ହୋଇଛନ୍ତି । ଛତିଶଗଡ ହେଉଛି ମହାନଦୀର ଉତ୍ପତ୍ତିସ୍ଥଳ। ତେବେ ଉତ୍ପତ୍ତିସ୍ଥଳ ସିହାୱାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବ ଟିମ୍‌। ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସର୍ଭେ। ପ୍ରଥମ ପର୍ଯ୍ୟାୟ ସର୍ଭେରେ ଉପରମୁଣ୍ଡର ରବିଶଙ୍କର, ବଙ୍ଗୋଡ୍ୟାମ୍ ସମେତ ମହାନଦୀ ବେସିନର ମିନିମାତା ଡିଭିଜନ ଯାଏ ସମସ୍ତ ବ୍ୟାରେଜର ଅନୁଧ୍ୟାନ କରାଯିବ ।

ତେବେ ଏହା ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ନିଜ ପକ୍ଷ ରଖିଛନ୍ତି। ଭୁପେଶ କହିଛନ୍ତି ଛତିଶଗଡ଼ରୁ ମହାନଦୀ ବାହାରିଛି। ଓଡ଼ିଶାକୁ ସବୁ ପାଣି ଯାଉଛି। ଆମେ ମହାନଦୀରେ କୌଣସି ବନ୍ଧ କରିନୁ। ୭ଟି ବ୍ୟାରେଜ୍ ତିଆରି ହୋଇଥିବାରୁ ବିବାଦ ସୃଷ୍ଟି ହୋଇଛି। ଛତିଶଗଡ଼ ସରକାର ଯେଉଁ ବନ୍ଧ ଓ ଉଚ୍ଚ ବ୍ୟାରେଜ୍‌ ତିଆରି କରିବାକୁ ଯୋଜନା କରିଛି ତାହାକୁ ରୋକି ରଖାଯାଇଛି। ଏହାକୁ ଅନୁମତି ମିଳିବା ଦରକାର। ଏହି ମାମଲା ଟ୍ରିବୁନାଲକୁ ଯିବାର ନଥିଲା।