Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ବିଡ଼ିଓ ମଣ୍ଟୁ ଖମାରୀ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ବି.ଏସ ଏସ ଓ ସସ୍ମିତା ପଟେଲ,ଅତିତିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ୱାଗତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଯୋଗ କେବଳ ଶରୀର ପାଇଁ ନୁହେଁ ବରଂ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ଯୋଗ ଗୁରୁ ସନତ କୁମାର ସାହୁ ଯୋଗ ଦେଇ ଯୋଗ ଶିକ୍ଷାଇଥିଲେ । ଏଥିରେ ବିଦ୍ୟାଳୟ ଛାତ୍ରୀ ଛାତ୍ର ଓ ଅନ୍ୟ ମାନେ ଅଂଶ ଗ୍ରହଣ କରିଥିଲେ। ଅଂଶ ଗ୍ରହଣ କାରି ଙ୍କୁ ବ୍ଲକ ପକ୍ଷରୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ହାଇସ୍କୁଲ ର ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ,ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପାଶା ଓ ବସନ୍ତ ପଟ୍ଟନାୟକ, ବ୍ଳକ କିରାଣୀ ପ୍ରଦୀପ କୁମାର ମାଝୀ ତଥା ବିଦ୍ୟାଳୟ ର କର୍ମଚାରୀ ବିପ୍ର ଚରଣ ସାହୁ,ସୁବାଷ ଚନ୍ଦ୍ର ସାହୁ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ