ଲକ୍ଷ୍ମଣ ରେଖା ପାରିଛନ୍ତି ଧ୍ରୁବ ରାଠି, ଭିଡିଓକୁ ନେଇ କଡା ଟିପ୍ପଣୀ କଲେ ହାଇକୋର୍ଟ


କୋଲକାତା: ୟୁଟ୍ୟୁବର ଧ୍ରୁବ ରାଠିଙ୍କ ଏକ ଭିଡିଓକୁ ନେଇ କୋଲକାତା ହାଇକୋର୍ଟ ଆଜି କଡା ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି କୌଣସି କମ୍ପାନୀର ପ୍ରଡକ୍ଟକୁ ଦେଖାଇ ଧ୍ରୁବ ରାଠି ଲକ୍ଷ୍ମଣ ରେଖା ପାର କରିଛନ୍ତି । କୋର୍ଟ କହିଛନ୍ତି, ଭିଡିଓରେ ପ୍ରଡକ୍ଟର ନାମକୁ ବ୍ଲର କରିବାକୁ ପଡିବ । ଏହା ସହିତ ଡାବର କମ୍ପାନୀ ଓ ୟୁଟ୍ୟୁବର ମଧ୍ୟରେ ଚାଲିଥିବା ମୋକଦ୍ଦମା ଶେଷ ହୋଇଛି । ଉଲ୍ଲେଖନୀୟ ନିଜର ଏକ ଭିଡିଓରେ ଧ୍ରୁବ ରାଠି ତାଜା ଜୁସର ତୁଳନା ପ୍ୟାକେଟ୍ ବାଲା ଜୁସ ସହ କରିଥିଲେ । ଏଥିରେ ସେ ଡାବର କମ୍ପାନୀର ରିୟଲ ଫ୍ରୁଟ ଜୁସକୁ ଦେଖାଇଥିଲେ । ଡାବର କମ୍ପାନୀ ଏହା ଉପରେ ଘୋର ଆପତ୍ତି ପ୍ରକାଶ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ଜଷ୍ଟିସ କୃଷ୍ଣ ରାଓଙ୍କ ଜଣିକିଆ ପୀଠ କହିଛନ୍ତି ଧ୍ରୁବ ରାଠି ନିଜ ଭିଡିଓରେ ଦେଖାଇଥିବା ରିୟଲ ଜୁସକୁ ବ୍ଲର କରି ଦିଅନ୍ତୁ । ଏହା ଉପରେ ଧ୍ରୁବ ରାଠି ଓ ଡାବର କମ୍ପାନୀ ସହମତ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି, ରାଠିଙ୍କୁ ମଧ୍ୟ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି । ତଥାପି ତାଙ୍କୁ ନିରପେକ୍ଷ ଭାବେ ଟିପ୍ପଣୀ କରିବା ଉଚିତ୍ ଏବଂ କମ୍ପାନୀର ପ୍ରଡକ୍ଟକୁ ବ୍ଲର କରି ଦେଖାଇବା ଉଚିତ୍ ।

ଏହା ଉପରେ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି । ଭିଡିଓର ଯେଉଁ ଜାଗ।।ରେ ରିୟଲ ଜୁସ ଦେଖା ଯାଇଛି, ସେ ସ୍ଥାନରେ ବ୍ଲର କରିବାକୁ ପଡିବ । ଏଥିରେ କମ୍ପାନୀର ଟ୍ରେଡମାର୍କ, କପିରାଇଟ, କଣ୍ଟେଟ, ଲେବଲ ପ୍ୟାକେଜିଂ ଦେଖାଇବା ଉଚିତ୍ ନୁହେଁ । ଦୁଇ ପକ୍ଷ ସହମତି ହୋଇଛନ୍ତି ଯେ, ମୋକଦ୍ଦମା କଲେ କିଛି ଫାଇଦା ନାହିଁ । ଏଥିପାଇଁ ମାମଲାକୁ ସମାପ୍ତ କରାଯାଉଛି ବୋଲି କୋର୍ଟ କହିଛନ୍ତି ।