ଭତ୍ତା ରାଶି ବୃଦ୍ଧି ଓ ୫ ଦଫା ଦାବି ନେଇ ପିଇଓ ଙ୍କ ଜରିଆରେ ଦାବିପତ୍ର ଦେଲେ ୱାର୍ଡ ସଭ୍ୟ ସଭ୍ୟା।

କଳାହାଣ୍ଡି:୨୪/୦୬
ରିପୋର୍ଟ–ସନତ ପ୍ରଧାନୀ
ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତି ୱାର୍ଡ଼ ରେ ନିର୍ବାଚିତ ୱାର୍ଡ଼ ପ୍ରତିନିଧି ମାନେ ତୃଣମୂଳ ସ୍ତରରେ ପଞ୍ଚାୟତ ର କାର୍ଯ୍ୟ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ବେଳେ ରାଜ୍ୟ ସରକାର ଙ୍କୁ ବିଭିନ୍ନ ସମୟରେ ୱାର୍ଡ଼ ପ୍ରତିନିଧି ମାନେ ବିଭିନ୍ନ ଦାବି ନେଇ ଅଭିଯୋଗ କରି ଆସୁଥିବା ବେଳେ ସରକାର ଅଣଦେଖା କରୁଥିବା ପ୍ରତିବାଦ କରି କୋକସରା ବ୍ଲକ ସଙ୍ଘ ର ନିଷ୍ପତ୍ତି କ୍ରମେ ବ୍ଲକ ର ୨୨ ପଞ୍ଚାୟତ ରେ ସ୍ଥାନୀୟ ପିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କ୍ରମ ରେ ସୋମବାର କୋକସରା ଗ୍ରାମ ପଞ୍ଚାୟତ ର ୧୧ ୱାର୍ଡ଼ ପ୍ରତିନିଧି ମାନେ ୫ ଦଫା ସମ୍ବଳିତ ଦାବିପତ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭବିଷ୍ୟତ ପଟେଲ ଓ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ଉପସ୍ଥିତି ରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି। ୫ ଦଫା ଦାବି ମଧ୍ୟରେ ୱାର୍ଡ଼ ପ୍ରତିନିଧି ଙ୍କ ମାସିକ ୪୫୦ ଟଙ୍କା ଭତ୍ତା କୁ ବର୍ଦ୍ଧିତ କରି ୬ ହଜାର କରିବା, କାର୍ଯ୍ୟକାଳ ଅବଧି ଶେଷ ପରେ ୨ ହଜାର ଟଙ୍କା ଭତ୍ତା ପ୍ରଦାନ,ଦୁର୍ଘଟଣା ଜନିତ କିମ୍ବା ଅପ୍ରାକୃତିକ ମୃତ୍ୟୁ ହେଲେ ୧୦ ଲକ୍ଷ ଓ ଶାରୀରିକ କ୍ଷତି ପାଇଁ ୫ ଲକ୍ଷ ଟଙ୍କା ର ବୀମା ପ୍ରଦାନ,ପଞ୍ଚାୟତ ର ସମସ୍ତ ଉନ୍ନୟନ କାର୍ଯ୍ୟ ରେ ସାମିଲ କରିବା ଓ ପଞ୍ଚାୟତ ର ସମସ୍ତ ଯୋଜନା ରେ ୱାର୍ଡ ମେମ୍ବର ଙ୍କୁ ସହଭାଗିତା ପ୍ରଦାନ ବାଧ୍ୟତାମୂଳକ କରିବା ଭଳି ଦାବି ରହିଅଛି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ବ୍ଲକ ସଭାପତି ଗୁଣନିଧି ବାଗ,ସମ୍ପାଦକ ଧନମଣି କଟା, ଆକାଶ ପ୍ରଧାନୀ,ପାର୍ଥ ଗୋପାଳ, ସୁଜାତା ରାବତ,ଲୋଚନା ବିଶି, ନଳିନୀ ପ୍ରଭା ପଣ୍ଡା,ଶୋଭନୀ ଦୁର୍ଗା,ଅନିତା ମାଝୀ,କ୍ଷୀର ପାଣିଗ୍ରାହୀ ପ୍ରମୁଖ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ।