Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ରାଜ୍ୟ ସମବାୟ ସମିତି ଲିଃ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ।

କଳାହାଣ୍ଡି:୨୪/୦୬
ରିପୋର୍ଟ-ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ରେ ଓଡିଶା ରାଜ୍ୟ ସମବାୟ ସମିତି ଲିଃ ତରଫରୁ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶାଖା ପରିଚାଳକ ଜୁନାଗଡ଼ ରଘୁମଣି ପୁଝାରି, ମୁଖ୍ୟ ବକ୍ତା ଭାବେ ଶାଖା ପରିଚାଳକ ଭବାନୀପାଟଣା ଶତ୍ରୁଘ୍ନ ନାଏକ, ସମ୍ମାନିତ ଅତିଥି ଭାବେ ଶାଖା ପରିଚାଳକ କୋକସରା ପ୍ରେମଲାଲ ନିଆଲ, ଏବିଏମ ଧନୁ ଦୁର୍ଗା,ଚନ୍ଦ୍ର ଶେଖର ଗୋପାଳ, ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିବା ସହ ସମବାୟ ସମିତି ଲି ର କାର୍ଯ୍ୟପନ୍ଥା ଓ ଏହାଦ୍ବାରା କେମିତି ଆମେ ରୋଜଗାରକ୍ଷମ ହେବା ସେନେଇ ପରାମର୍ଶ ଦେଇଥିଲେ। ଯାହା କୁ ନଜର ରେ ରଖି ଓଡିଶା ରାଜ୍ୟ ସମବାୟ ସମିତି ଲିଃ ସାଧାରଣ ଲୋକ ଙ୍କ ସୁବିଧା ପାଇଁ ୧୫-୬୦% ପ୍ରତିଶତ ଛାଡ଼ ରେ ନା ନା ପ୍ରକାର ଜିନିଷ ଉପଲବ୍ଧ ହେବା ନେଇ ଉଦ୍ୟମ କରିଛନ୍ତି ।ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବିଭାଗ ବିଭିନ୍ନ ଉପଦ୍ରବ୍ୟ ସାଧାରଣ ଲୋକ ଉପଲବ୍ଧ ପାଇଁ ବ୍ୟବସ୍ଥା କରିବାକୁ ହାତ କୁ ନେଇଛି।ପଞ୍ଚାୟତ ମହକୁମା ଠାରେ ପ୍ରଥମେ ଏହାର ବଜାର ବା ଦୋକାନ ,ମଳ ଇତ୍ୟାଦି ଖୋଲି ବିକ୍ରି କରିବା ବ୍ୟବସ୍ଥା କରିଛି।ଏଥିପାଇଁ ବିଭାଗ ରେ ସମ୍ପୃକ୍ତି ହେବାକୁ ପ୍ରଥମେ ୨୫୦ଟଙ୍କା ଜମା ପଞ୍ଜିକୃତ ଦେବାକୁ ସାଧାରଣ ଜନତା କୁ ବିଭାଗ ଶାଖା ପରିଚାଳକ ଶତ୍ରୁଘ୍ନ ନାଏକ କାର୍ଯ୍ୟକ୍ରମ ରେ ବୁଝାଇଥିଲେ।ଏହାର ଫାଇଦା ଓ ସୁଲଭ ଭାବେ ସହଜରେ ଉପକରଣ ସାମଗ୍ରୀ ତଥା ଜିନିଷ ସହଜରେ ଗ୍ରାହକ କିପରି ପାଇବେ -ତାର ସମ୍ପୂର୍ଣ୍ଣ ବିବରଣୀ କୋକସରା ଶାଖା ପରିଚାଳକ ପ୍ରେମରାଜ ନିଆଲ ଲୋକଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ପିଇଓ,ଏଫିଓ ସମେତ ସମବାୟ ସମିତିର ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories