Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା।

କଳାହାଣ୍ଡି:୨୪/୦୬(ସନତ ପ୍ରଧାନୀ)
ଧର୍ମଗଡ ବିଧାନସଭା ର ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ନିଲାକଣ୍ଠେଶ୍ୱର ଶିଵ ମନ୍ଦିର ପରିସରରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ବିଧାୟକ ପ୍ରଥମେ ମନ୍ଦିର ରେ ନିଲାକଣ୍ଠେଶ୍ୱର ମହାଦେବ ଙ୍କ ଦର୍ଶନ କରିବା ପରେ ତାଙ୍କୁ ସରପଞ୍ଚ ସଙ୍ଘ ର କର୍ମକର୍ତ୍ତା ମାନେ ପାଛୋଟି ନେଇଥିଲେ। ବିଧାୟକ ଙ୍କୁ ଉପଢୌକନ, ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଟେମରା ପଞ୍ଚାୟତ ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ସଭାପତିତ୍ୱ ରେ ସମ୍ବର୍ଦ୍ଧନା ସଭା ରେ ବ୍ରଜ ମୋହନ ନାଏକ ମଞ୍ଚ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ମଞ୍ଚ ରେ ଅନ୍ୟ ଅତିଥି ଙ୍କ ମଧ୍ୟରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ,ଉପ ସଭାପତି ସୁଧୀର କୁମାର ପାତ୍ର, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର,ମୋଟେର ମଣ୍ଡଳ ସଭାପତି ସ୍ୱୟଂବର ବାଗ, ମେକଇନ ଇଣ୍ଡିଆ ଯୁବ ପ୍ରଭାରୀ ବଲାଙ୍ଗୀର ଜିଲ୍ଲା ହିମାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଯୋଗଦେଇଥିବା ସରପଞ୍ଚ ମାନେ ନିଜର ପରିଚୟ ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ସଭା ରେ ବିଧାୟକ ଶ୍ରୀ ପାଟ୍ଟଯୋଶୀ ରାଜ୍ୟରେ ବିଜେପି ସରକାର କୁ ଜନମତ ମିଳିଛି ଓ ବିଜେପି ସରକାର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟର ବିକାଶ ର ଏନ୍ତୁଡ଼ିଶାଳା ହେଉଛି ପଞ୍ଚାୟତ,ପ୍ରତି ପଞ୍ଚାୟତ ରେ ପ୍ରତିନିଧିତ୍ଵ କରୁଥିବା ଜନ ପ୍ରତିନିଧିମାନେ ତୃଣମୂଳ ସ୍ତର ରେ ବିକାଶ ଓ ଯୋଜନା କୁ ତ୍ୱରାନ୍ୱିତ କଲେ ବିକଶିତ ଓଡିଶା ର ସ୍ୱପ୍ନ ସାକାର ହେବ ଓ ଏଥିପାଇଁ ଆପଣ ମାନଙ୍କ ସହଭାଗିତା ଏକାନ୍ତ ଆବଶ୍ୟକ ବୋଳି କହିବା ସହ ବିଜେପି ହେଉଛି ଲୋକଙ୍କ ସରକାର କୌଣସି ବିକାଶ ରେ କୌଣସି ପ୍ରଶାସନିକ ଅଧିକାରୀ ବାଧା ଦେଉଥିଲେ ତାର ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ପରେ ଉପସ୍ଥିତ ଥିବା ସମସ୍ତ ସରପଞ୍ଚ ଙ୍କ ସହ ସୌଜନ୍ୟ ମୂଳକ ଆଲୋଚନା କରି ପଞ୍ଚାୟତ ସ୍ତରରେ ଥିବା ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ସମ୍ବର୍ଦ୍ଧନା ସଭା ରେ ପଦ୍ମିନୀ ପାତ୍ର, ପଦ୍ମିନୀ ପୁଝାରି, ଯମୁନା ନାଏକ,କୁଞ୍ଜଳତା ନାଏକ, ମାଧବୀ ଧରୁଆ,ଇଶରାମ କୋଲଥିଆ,ଇଶରାମ ସୁନାନୀ, ଦେବିସିଂ ତାଣ୍ଡି, କୁରୁକ୍ଷେତ୍ର ବେହେରା ପ୍ରମୁଖ ସରପଞ୍ଚ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories