ତେନ୍ତୁଳି ଗଛ ରୁ ଯୁବକଙ୍କ ମୃତଦେହ ଠାବ, କାରଣ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି୨୪l୦୬
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ସର୍ଗିଗୁଡା ଗ୍ରାମରେ ଜଣେ ବିବାହିତ ଯୁବକ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ପରିବାର ଲୋକଙ୍କ ସୂତ୍ର ରୁ ଜଣାଯାଏ ଯେ ଗୋଲାମୁଣ୍ଡା ଥାନା ମୁକୁନ୍ଦପୁର ଗ୍ରାମର ରାଷ୍ଟ୍ରକେତୁ ମାଝୀ(୩୮) ନିଜ ସ୍ତ୍ରୀ କ୍ଷୀର ମାଝୀ ସହିତ ନିଜର ଦେହ ଖରାପ ଥିବାରୁ ଡାକ୍ତରଙ୍କୁ ଦେଖାଇବା ପାଇଁ ତାଙ୍କ ଭେଣେଇ ଘର ସର୍ଗିଗୁଡ଼ାକୁ ଆସିଥିଲେ । ଗତକାଲି ତାଙ୍କୁ ଧର୍ମଗଡ଼ର ଘରୋଇ ଡାକ୍ତଖାନାରେ ଚିକିତ୍ସା କରାଯାଇଥିଲା । ଆଜି ସକାଳ ସମୟରେ ରାଷ୍ଟ୍ରକେତୁ ଘରୁ ବାହାରକୁ ବାହାରି ଆଉ ଘରକୁ ଫେରି ନଥିଲେ । ଘରକୁ ନଫେରିବାରୁ ତାଙ୍କୁ ସ୍ତ୍ରୀ ଓ ଭଉଣୀ ବହୁତ ଖୋଜାଖୋଜି କରିବା ପରେ ଗାଁ ପାଖରେ ଥିବା ଏକ ତେନ୍ତୁଳିଗଛରେ ରାଷ୍ଟ୍ରକେତୁର ଦଉଡିରେ ଝୁଲା ମୃତ ଦେହ ଦେଖିବାକୁ ପାଇଥିଲେ । ଏସଂକ୍ରାନ୍ତରେ ପରିବାର ଲୋକେ ଗୋଲାମୁଣ୍ଡା ଥାନାକୁ ଜଣାଇବା ପରେ ଏଏସଆଇ ହେମନ୍ତ ହରିଜନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏସଂକ୍ରାନ୍ତରେ ଥାନା କେସ ନମ୍ୱର ୦୭/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।