Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରକନ୍ୟା ଧରି ଫେରୁଥିବା ବସରେ ଲାଗିଲା ନିଆଁ, ରାସ୍ତା ଉପରେ ଜଳିଲା ହୁତୁହୁତୁ ହୋଇ

ମହାରାଷ୍ଟ୍ର: ବିବାହ ସରିବା ପରେ ବରକନ୍ୟା ସହ ବରଯାତ୍ରୀ ଖୁସିରେ ଖୁସିରେ ଏକ ବସରେ ଘରକୁ ଫେରୁଥିଲେ । ହଠାତ ରାସ୍ତାରେ ବସରେ ଲାଗି ଯାଇଥିଲା ନିଆଁ । ଚାହୁଁ ଚାହିଁ ନିଆଁ ପୂରା ବସକୁ ବ୍ୟାପି ଯାଇଥିଲା । ତେବେ କୌଣସି ପ୍ରକାରେ ବରବନ୍ୟା ଓ ବରଯାତ୍ରୀ ବସରୁ ପଦାକୁ ବାହାରି ଆସିବାକୁ ସକ୍ଷମ ହୋଇଲେ । ହେଲେ ଯୌତୁକ ସାମଗ୍ରୀ ବସ୍ ସହ ଜଳି ପୋଡି ପାଉଁଶ ହୋଇଗଲା । ଏମିତି ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ।

ମିଳିଥିବା ସୂଚନା ଅନୁସାରେ ବସଟି ଚନ୍ଦ୍ରପୁରରୁ ବୁଲଢାଣା ଫେରୁଥିଲା । ବାଟରେ ବସ୍‌ରୁ ଧୂଆଁ ବାହାରିବାକୁ ଲାଗିଲା । ଏହାଦେଖି ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଗାଡ଼ିକୁ ଛିଡ଼ା କରାଇ ଦେଇଥିଲେ । ହେଲେ ସେତେବେଳକୁ ବସରେ ନିଆଁ ଲାଗି ସାରିଥିଲା । ଏହା ଦେଖିବା ପରେ ତୁରନ୍ତ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା । ଆଖି ପିଛୁଳାକେ ବସ୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ବସ୍‌ ସହ ସେଥିରେ ଥିବା ସମସ୍ତ ଜିନିଷ ପାଉଁଶ ହୋଇଯାଇଥିଲା।

More Stories