ପରିବେଶ ଗଣତନ୍ତ୍ର ଓ ଧର୍ମ ସଚେତନତା ନେଇ ଲଡୁଗାଁ ରେ ବାବା ବଳିଆ ଙ୍କ ଦିବ୍ୟ ପ୍ରବଚନ।

କଳାହାଣ୍ଡି:୨୬/୦୬(ସନତ ପ୍ରଧାନୀ)
ପରିବେଶ ଗଣତନ୍ତ୍ର ଓ ଧର୍ମ ପ୍ରଚାର ପ୍ରସାର ଉପରେ ମାର୍ଗଦର୍ଶନ ଦେବାକୁ ପ୍ରବଚକ ତଥା ପୂଜ୍ୟ ବାବା ବଳିଆ କୋକସରା ବ୍ଲକ ଲଡୁଗାଁ ରେ ଦ୍ଵି ଦିବସୀୟ ଗୁରୁକୃପା ମହୋତ୍ସବ କାର୍ଯ୍ୟକ୍ରମ ମଙ୍ଗଳବାର ଓ ବୁଧବାର ଅନୁଷ୍ଠିତ ହେଉଛି। ବାବା ପୂଜ୍ୟ ବଳିଆ ଙ୍କୁ ଲଡୁଗାଁ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଶିଶୁ ଅନନ୍ତ ଆଶ୍ରିତ ପରିବାର ଲଡୁଗାଁ ପକ୍ଷରୁ ଦୁର୍ଗା ପ୍ରସାଦ ଅଗ୍ରୱାଲ ଓ ଯୁଗଳ କିଶୋର ଅଗ୍ରୱାଲ ଙ୍କ ଆୟୋଜନ ରେ ପରିବେଶ ଗଣତନ୍ତ୍ର ଓ ଧର୍ମ ପ୍ରଚାର ପ୍ରସାର ଉପରେ ମାର୍ଗଦର୍ଶନ ଦେବାକୁ ବାବା ବଳିଆ ଙ୍କ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ରହିଛି।ବାବା ବଳିଆ ଙ୍କ ସହ ଆଶ୍ରିବାଦ ମହାରାଜ ଜି ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ ଦେବେ। ଏନେଇ ଶିଶୁ ଅନନ୍ତ ଆଶ୍ରିତ ପରିବାର ଲଡୁଗାଁ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ପ୍ରବଚନ କାର୍ଯ୍ୟକ୍ରମ ରହିଛି। ଗୁରୁକୃପା ମହୋତ୍ସବ କୁ ଲଡୁଗାଁ ର ଅଗ୍ରୱାଲ ପରିବାର ର ସଦସ୍ୟ ବାବା ଙ୍କ ଅନୁଗାମୀ ଚିତ୍ତରଞ୍ଜନ ମହାନ୍ତି ପରିଚାଳନା ରେ ସହଯୋଗ କରୁଛନ୍ତି।