Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା ।

ଧର୍ମଗଡ:୨୬/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାବେଗୁଡା ଗଣ୍ଡାମେର ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା କାର୍ଯ୍ୟ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ବେଳେ ପିଚୁ କାମ ନିମ୍ନମାନର ନେଇ ଭିଜିଲାନ୍ସ ତଦନ୍ତ ଓ ପୁନଃ ରାସ୍ତା ନିର୍ମାଣ ଏବଂ ଦୋଷୀ ଠିକାସଂସ୍ଥା ଓ ଅଧିକାରୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଜନ ସଂଗ୍ରାମ ସମିତି ର ଆବାହକ ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା ଦିଆଯାଇଛି। ଏହି ରାସ୍ତା କାମ ୫ କିମି ଦୂରତା ପର୍ଯ୍ୟନ୍ତ ହେଉଥିବା ବେଳେ ଏହାର ବିଭାଗୀୟ ବ୍ୟୟ ଅଟକଳ ପରିମାଣ ହେଉଛି ୩ କୋଟି ୫୮ ଲକ୍ଷ ୯୩ ହଜାର ସୂଚନା ଫଳକରେ ଉଲ୍ଲେଖ କରାଯାଇଛି। ଏହି ପିଚୁ ରାସ୍ତା କାମ ଏଷ୍ଟିମେଣ୍ଟ ହିସାବରେ କାମ ହେଉନ ଥିବା ବେଳେ କାମ ସାରିକି ୫ ଦିନ ମଧ୍ୟରେ ପିଚୁ ଉପୁଡି ଯାଇଛି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ରାସ୍ତା କାର୍ଯ୍ୟରେ ବିଭଗୀୟ ଅଧିକାରୀ ମାନେ ମଧ୍ୟ ଆସୁନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଫଳରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଳାସୁତୁରା ଥିବାରୁ ଅଭିଯୋଗ କଲେ ମଧ୍ୟ କିଛି ମୂଲ୍ୟ ରହୁନ ଥିଵା ପ୍ରକାଶ କରିଛନ୍ତି।ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଵା ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ରେ ବସିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories