Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣମାଲ ମଣ୍ଡି ପରିସରରେ ଧର୍ମଗଡ ବିଧାୟକ ଙ୍କୁ ସମ୍ବର୍ଦ୍ଧନା।

କଳାହାଣ୍ଡି:୨୬/୦୬(ସନତ ପ୍ରଧାନୀ)
ଜୟପାଟଣା ବ୍ଲକ ରଣମାଲ ମଣ୍ଡି ଠାରେ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଧର୍ମଗଡ ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଧାୟକ ପହଞ୍ଚିବା ପରେ ତାଙ୍କୁ ଉପଢୌକନ ଦେବା ସହ ପୁଷ୍ପ ଗୁଚ୍ଛ ଦେଇ ମଞ୍ଚ କୁ ସ୍ଵାଗତ କରା ଯାଇଥିଲା। ନିରଞ୍ଜନ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ମଣ୍ଡଳ ସଭାପତି ତଥା ବିଜେପି ଜିଲ୍ଲା ଉପ ସଭାପତି କୃଷକ ମୋର୍ଚ୍ଚା ନିରଞ୍ଜନ ଛତ୍ରିଆ ସ୍ବାଗତ ଭାଷଣ ଦେଇଥିଲେ।ବିଧାୟକ ଶ୍ରୀ ପଟ୍ଟଯୋଶୀ ଧର୍ମଗଡ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ଙ୍କ ସହଯୋଗ ହେଲେ, ଓଡ଼ିଶା ରେ ଏକ ନମ୍ବର ନିର୍ବାଚନ ମଣ୍ଡଳୀ ହେବା ସହିତ ଅଞ୍ଚଳ ର ବିକାଶ ତ୍ଵରାନିତ ହେବ ବୋଲି ମତ ପ୍ରକାଶ କରିଥିଲେ। ମଞ୍ଚ ରେ ବିଜେପି ବାନେର ମଣ୍ଡଳ ସଭାପତି ବିମୁଗ୍ଧ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦମାଝୀ, ଛିଲପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ବଲାଙ୍ଗୀର ମେକ ଇନ ଇଣ୍ଡିଆ ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା,ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଯୁବ ସଂଗଠକ ରମେଶ ବେହେରା, ଘନଶ୍ୟାମ ନାୟକ, ବିଭୂତି ପାଣଗ୍ରାହୀ, ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକ, ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି, ବିଭିନ୍ନ ସାମାଜିକ ସଂଗଠନ ର ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ରେ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।