Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ପଞ୍ଚାୟତ ସମିତି ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା।

କଳାହାଣ୍ଡି:୨୭/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ଗୁରୁବାର କୋକସରା ପଞ୍ଚାୟତ ସମିତି,ବ୍ଲକ ପ୍ରଶାସନ ଓ ୨୨ ପଞ୍ଚାୟତ ର ଜନ ପ୍ରତିନିଧି ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। କୋକସରା ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ଜନ ପ୍ରତିନିଧିମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବ୍ଲକ ସଭାଗୃହ ରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ଏହି ଅବସର ରେ ନବ ନିର୍ବାଚିତ ବିଧାୟକ ଙ୍କୁ କୋକସରା ବ୍ଲକ ର ୨୨ ପଞ୍ଚାୟତ ର ସମିତି ମେମ୍ବର, ସରପଞ୍ଚ ପିଇଓ ସଙ୍ଘ,ବ୍ଲକ ର ସମସ୍ତଅଧିକାରୀ,କର୍ମଚାରୀ,ମିଶନ ଶକ୍ତି କାଫେ ର ମହିଳା କର୍ମଚାରୀ ଓ କୋକସରା ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ସମୂହ ଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ବ୍ଲକ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ସମେତ ବ୍ଲକ ରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ବିଜେପି ସରକାର ଓ ବିଧାୟକ ଙ୍କ ସହଯୋଗ କାମନା କରିଥିଲେ। ବିଧାୟକ ଶ୍ରୀ ପାଟ୍ଟଯୋଶୀ ନିଜର ବକ୍ତବ୍ୟ ରେ ଦିର୍ଘ ବର୍ଷ ପରେ ରାଜ୍ୟରେ ନୂତନ ସରକାର ଭାବେ ଭାରତୀୟ ଜନତା ପାର୍ଟି ସରକାର ଶାସନ କୁ ଆସିଥିବା ବେଳେ କେନ୍ଦ୍ର ମୋଦି ସରକାର ଙ୍କ ନେତୃତ୍ୱରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସରକାର ଆଜି ଓଡ଼ିଶା ରେ ନୂତନ ସମ୍ଭାବନା ଓ ବିକାଶ ର ରୂପରେଖ ନେଇ ବିକଶିତ ଓଡିଶା ଗଠନ ନେଇ ସଂକଳ୍ପ ନେଇ କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି। ଆଗକୁ କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଓଡିଶା ରାଜ୍ୟରେ ବିଜେପି ସରକାର ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା କୁ କ୍ରିୟାଶୀଳ କରିବା ନେଇ ସଂକଳ୍ପ ବଦ୍ଧ ଓ ଆଗାମୀ ସମୟରେ ରାଜ୍ୟବାସୀ ବିକଶିତ ଓଡିଶା ରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବେ ବୋଳି କହିଥିଲେ। ଏହି ଅବସରରେ ବିଧାୟକ ୬୧ ଜଣ ନୂତନ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ବିଧାୟକ କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଭାରପ୍ରାପ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ସହ ସ୍ୱାସ୍ଥ୍ୟ ସେବା ର ସମୀକ୍ଷା କରିବା ସହ ଡାକ୍ତରଖାନା ର ବିଭିନ୍ନ ୱାର୍ଡ ବୁଲି ଦେଖିବା, ଅନ୍ତେବାସୀ ରୋଗୀ ଙ୍କ ସହ ଡାକ୍ତରଖାନାରେ ମିଳୁଥିବା ସୁବିଧା ନେଇ ଆଲୋଚନା କରିବା ସହ ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ। ବିଧାୟକ ଙ୍କ ଗସ୍ତ ସମୟରେ କୋକସରା ବିଜେପି ର କର୍ମକର୍ତ୍ତା ତ୍ରିନାଥ ଶବର,ଅର୍ଜୁନ ଭାଟି, ମଧୁବନ ପାତ୍ର, ଦୁର୍ଗା ପ୍ରଧାନୀ,ଗରୁଡ଼ଧ୍ଵଜ ମାଝୀ,ସନ୍ତୋଷ ମାଝୀ,ମୁକୁନ୍ଦ ପଟ୍ଟନାୟକ, ଗୋପାଳ ଅଗ୍ରୱାଲ, ଗଣେଶ ନନ୍ଦ, ସୁଶୀଳ ପାଢ଼ୀ, ସ୍ୱୟଂବର ବାଗ, ଶାରଳା ପ୍ରଧାନୀ ଓ ଅନ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories